ETV Bharat / sitara

ରିଙ୍କୁ ଶର୍ମାଙ୍କ ହତ୍ୟା ଘଟଣା: କେଜ୍ରିୱାଲଙ୍କୁ ଟାର୍ଗେଟ କଲେ କୁଇନ - ଙ୍ଗନାଙ୍କ ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଏଥର କଙ୍ଗନାଙ୍କ ଟାର୍ଗେଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବାସିନ୍ଦା ରିଙ୍କୁଙ୍କ ହତ୍ୟା ମାମଲାରେ ଏମିତି କହିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 13, 2021, 1:22 PM IST

ମୁମ୍ବାଇ: ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ 25 ବର୍ଷିୟ ରିଙ୍କୁ ଶର୍ମାଙ୍କ ହତ୍ୟାକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ରାଜନୈତିକ ବିବାଦ ଭିତରକୁ ପଶିଛନ୍ତି । କଙ୍ଗନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ପୁରୁଣା ଟ୍ବିଟ ସେୟାର କରିଛନ୍ତି ନିଜ କ୍ରୋଧ ପ୍ରକାଶ କରିଛନ୍ତି । କଙ୍ଗନା, ଅରବିନ୍ଦଙ୍କୁ ଟ୍ୟାଗ କରିଛନ୍ତି ଏବଂ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଥରେ ରିଙ୍କୁଙ୍କ ଘର ପରିଦର୍ଶନ କରିବା ଦରକାର ।

କଥାଟି ହେଲା ଯେ ରିଙ୍କୁ ହତ୍ୟାକାଣ୍ଡରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି। ଜନ୍ମଦିନ ପାର୍ଟରେ ଝଗଡା ହେତୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଥିବା ବେଳେ ରିଙ୍କୁଙ୍କ ଭାଇ ମନୁଙ୍କ ଅଭିଯୋଗ ହେଲା ଯେ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହରେ ସକ୍ରିୟ ଥିବାରୁ ରିଙ୍କୁଙ୍କ ହତ୍ୟା କରାଯାଇଛି।

ଏହାକୁ ଆଧାର କରି ଅରବିନ୍ଦଙ୍କ 2015ର ଏକ ଟ୍ବିଟକୁ ରିଟ୍ବିଟ କରିଛନ୍ତି କଙ୍ଗନା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ ସେ ଅଖଲାକଙ୍କ ପରିବାରକୁ ଭେଟିବାକୁ ଦାଦରି ଯାଉଛନ୍ତି। ଏହି ଟ୍ବିଟ ସେୟାର କରି କଙ୍ଗନା ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମୁଁ ପ୍ରକୃତରେ ଆଶା କରୁଛି ଯେ ଆପଣ ରିଙ୍କୁ ଶର୍ମାଙ୍କ ପରିବାରକୁ ଭେଟିବେ ଏବଂ ସମର୍ଥନ କରିବେ। ଆପଣ ଜଣେ ରାଜନେତା ଏବଂ ଆପଣ ମଧ୍ୟ ଜଣେ ରାଜ୍ୟସ୍ତରୀୟ ହେବେ ବୋଲି ଆଶା କରୁଛନ୍ତି।’

ପ୍ରକାଶ ଥାଉକି ଏହାବ୍ୟତୀତ କଙ୍ଗନା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନର ବିରୋଧ କରିବାରେ ଲାଗିଛନ୍ତି । ଆଉ ଯେଉଁ ସେଲିବ୍ରିଟି ଏହାର ସମର୍ଥନ କରୁଛନ୍ତି ସେମାନଙ୍କୁ ମଧ୍ୟ କଡା ଜବାବ ଦେଉଛନ୍ତି ଅଭିନେତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.