ନୂଆଦିଲ୍ଲୀ: ଗତ କିଛି ମାସରୁ ବଢିଚାଲିଛି କଙ୍ଗନା ରଣାୱତଙ୍କ କୋର୍ଟ ସମସ୍ୟା । ବର୍ତ୍ତମାନ ତାଙ୍କୁ କୋର୍ଟର ଚକ୍କର ଲଗାଇବାକୁ ପଡୁଛି । ଆଉ ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ଇତିମଧ୍ୟରେ ଶୁଣିବାକୁ ମିଳୁଛି କୃଷକ ଆନ୍ଦୋଳନକୁ ନେଇ ଆପତ୍ତିଜନକ ଟ୍ବିଟ ମାମଲାରେ କଙ୍ଗନାଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନର ବୁଧବାର ପଟିଆଲା ହାଉସ୍ କୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ ଆକ୍ସନ୍ ଟେକେନ ରିପୋର୍ଟ (ATR) ଦାଖଲ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଡିସନାଲ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ୍ ଅମରଦୀପ କୌର 14 ଏପ୍ରିଲ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟିର ସଭାପତି ମନଜିନ୍ଦର ସିଂ ସିର୍ସା ଏହି ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ କଙ୍ଗନା ଶିଖମାନଙ୍କୁ ବଦନାମ କରିଥିବା ଅଭିଯୋଗ ହୋଇଛି। ଏଥିରେ କୁହାଯାଇଛି ଯେ କଙ୍ଗନା 2020 ଡିସେମ୍ବର 5 ରେ ଟ୍ବିଟ୍ କରି ସମାଜରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।