ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରୁଛି ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆକ୍ସନ, କମେଡି଼ ଫିଲ୍ 'ସୂର୍ଯ୍ୟବଂଶୀ' । ଏହି ଫିଲ୍ମଟି କୋରୋନା ମହାମାରୀ ଯୋଗୁଁ ୧୯ ମାସ ପରେ ରିଲିଜ ହୋଇଥିଲା । ରିଲିଜ ପରେ ମଧ୍ୟ ଦର୍ଶକ ସିନେମା ହଲକୁ ଆସି ଫିଲ୍ମ ଦେଖିବେ କି ନାହିଁ ଏହାକୁ ନେଇ ଚିନ୍ତାରେ ପଡ଼ିଥିଲା ଟିମ । କିନ୍ତୁ ବର୍ତ୍ତମାନ ବକ୍ସ ଅଫିସରେ ଫିଲ୍ମର ସଫଳତାକୁ ଦେଖି ବିଳମ୍ବରେ ଫିଲ୍ମ ରିଲିଜ ହେବା ଫଳପ୍ରଦ ବୋଲି କହିଛନ୍ତି ନିର୍ଦ୍ଦେଶକ ରୋହିତ ।
- " class="align-text-top noRightClick twitterSection" data="
">
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୁପରଷ୍ଟାର ଅକ୍ଷୟ କୁମାର ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସେପଟେ ଅନ୍ୟ କଳାକାର ଭାବେ ସିମ୍ବା ଆକ୍ଟର ରଣବୀର ସିଂ ଓ ବଲିଉଡ଼ ସିଘଂମ ଅଜୟ ଦେବଗନ ନଜର ଆସିଛନ୍ତି । ଦିୱାଲି ୱିକେଣ୍ଡରେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ରବିବାର ସୁଦ୍ଧା ଫିଲ୍ମ ୧୫୧.୨୩ କୋଟି ରୋଜଗାର କରିଛି ।
ଫିଲ୍ମଟି ୨୦୨୦ ମସିହା ମାର୍ଚ୍ଚ ମାସରେ ରିଲିଜ ହେବାକୁ ଥିବା ବେଳେ ମହାମାରୀ ପାଇଁ ଏହାରି ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବିଶ୍ବସ୍ତରରେ ଏହି ଫିଲ୍ମଟି ରିଲିଜ ହୋଇଛି । ବିନା ୱିକେଣ୍ଡ ଦିନରେ ମଧ୍ୟ ଫିଲ୍ମ ହଲ୍ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଫିଲ୍ମର ରିଲିଜକୁ ନେଇ ରୋହିତ କହିଛନ୍ତି ଯେ, " ଆମେ ୧୯ ମାସ ସଂଘର୍ଷ କରିଛୁ । ମୋ ନିଷ୍ପତ୍ତି ଭୁଲ ଥିଲା ବୋଲି ଅନେକ କହିଥିଲେ । ଏପରିକି ଗତ ଗୁରୁବାର ମଧ୍ୟ ମୁଁ ପାଗଳ ହୋଇଯାଇଛି ! ଥିଏଟରକୁ କେହି ଫିଲ୍ମ ଦେଖିବାକୁ ଆସିବେ ନାହିଁ ବୋଲି ଅନେକ କହିଥିଲେ ।"
ସେ ଆହୁରି କହିଛନ୍ତି ଯେ ଯେତେବେଳେ ଏହି ସବୁ ସ୍ବଚାରୁରୂପେ ଚାଲିଲା ସେତେବେଳେ ସେ ଜାଣିଥିଲେ ଯେ ଦର୍ଶକ ଥିଏଟରକୁ ଫିଲ୍ମ ଦେଖିବାକୁ ନିଶ୍ଚୟ ଆସିବେ । ସେ ରିସ୍କ ନେଇ ଏହି ଫିଲ୍ମଟି ଥିଏଟରରେ ରିଲିଜ କରିଥିଲେ ବୋଲି କହିଛନ୍ତି । ସେ ଫିଲ୍ମକୁ ବିଗ୍ ସ୍କ୍ରିନରେ ରିଲିଜ ହେବା ଦେଖିବା ପାଇଁ ଚାହୁଁଥିଲେ ବୋଲି ରୋହିତ କହିଛନ୍ତି ।
@PTI