ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ସ୍ୱାମୀ ତଥା ଅଭିନେତା ରଣଭୀର ସିଂଙ୍କ ପାଇଁ ମାଷ୍ଟର ସେଫ ସାଜିଛନ୍ତି । ଅଭିନେତ୍ରୀ ରଣଭୀର ସିଂଙ୍କ ପାଇଁ ଏକ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ । ରଣଭୀର ଏହି ଖାଦ୍ୟର ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ଫଟୋରେ ଦୀପିକା ଆପ୍ରୋନ ପିନ୍ଧିଥିବାର ନଜର ଆସିଛନ୍ତି । ଏହାସହ କ୍ୟାପସନରେ ରଣଭୀର ସିଂ ଲେଖିଛନ୍ତି ଯେ, ମେରି ଦିପୁ ଯିଏ କି ମୋ ପାଇଁ ନିଜ ହାତରେ ଖାଦ୍ୟ ରାନ୍ଧିଛନ୍ତି । ଏହି ଫଟୋଟିକୁ ଲୋକମାନେ ବହୁତ ଲାଇକ କରୁଛନ୍ତି ।
ଏହାପୂର୍ବରୁ ରଣଭୀର ଦୀପିକାଙ୍କ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ ଦୀପିକା ରାତ୍ରି ଅଧରେ ମିଠା ଖାଇବାକୁ ଭଲ ପାଆନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ