ମୁମ୍ବାଇ: କୋରୋନା ଭାଇରସର ବଢୁଥିବା ପ୍ରକୋପ ପାଇଁ ଜନସାଧାରଣଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଭାଇରସ ପାଇଁ ଅନେକ ଫିଲ୍ମର ସୁଟିଂ, ବଡ ବଡ ଇଭେଣ୍ଟ ସବୁ ରଦ୍ଦ କରାଯାଇଛି । ସେହିପରି ସିନେମାଘର, ମଲ, ଜିମ, ସ୍ବିମିଂପୁଲ ମଧ୍ୟ ବନ୍ଦ କରିଦିଆଯାଇଛି।
ଲୋକଙ୍କୁ କୋରୋନା ଭାଇରସରୁ ବଞ୍ଚାଇବା ସହ ସଚେତ କରିବା ପାଇଁ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ଭିଡିଓ ସେୟାର କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଦୀପିକା ପାଦୁକୋନ। ନିକଟରେ ଦୀପିକାଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଗଠନ(ଡବ୍ଲୁଏଚଓ) ତରଫରୁ ଦିଆଯାଇଥିବା ଏକ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କୁହାଯାଇଥିଲା। ଯାହାକୁ ଏବେ ସେ ଗ୍ରହଣ କରିଛନ୍ତି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ନୂଆ ଭିଡିଓରେ ଏହା ଦେଖିବାକୁ ମିଳୁଛି । #SafeHands challenge#covid19 ଏହି ଚ୍ୟାଲେଞ୍ଜରେ ମାସ୍କ ପିନ୍ଧି ହାତକୁ ସାବୁନରେ ଭଲ ରୂପେ ଧୋଇବାକୁ ପଡିଥାଏ । ଦୀପିକା ଏହି ଚ୍ୟାଲେଞ୍ଜ ଗ୍ରହଣ କରି ଟ୍ବିଟରେ ଭିଡିଓ ସେୟାର କରିଛନ୍ତି।
ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ଧନ୍ୟବାଦ ଡାକ୍ତର ଟେଡୋର୍ସ ସେଫ ହ୍ୟାଣ୍ଡ ଚ୍ୟାଲଞ୍ଜ ପାଇଁ ମତେ ନୋମିନେଟ କରିଥିବାରୁ। ଏହା ଲୋକଙ୍କୁ ସଚେତନା ବାର୍ତ୍ତା ଯୋଗାଇବ। ଆମ ସମସ୍ତେ ଏହି ଲଢେଇରେ ପରସ୍ପର ସହ ଅଛୁ। ସେ ମଧ୍ୟ ରୋଜର ଫେଡରର, କ୍ରିଷ୍ଟୀନୋ ଓ ବିରାଟ କୋହିଲଙ୍କୁ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ନୋମିନେଟ କରିଛନ୍ତି।