ETV Bharat / sitara

ଅନ୍ତିମ ସଂସ୍କାରରେ ପିନ୍ଧିଥିବା ଡ୍ରେସ ନିଲାମ କରି Troll ହେଲେ ଦୀପିକା - ଅନ୍ତିମ ସଂସ୍କାର

ଅନ୍ତିମ ସଂସ୍କାରରେ ପିନ୍ଧିଥିବା ପୋଷାକ ପିନ୍ଧି ଟ୍ରୋଲ ହେଲେ ବଲିଉଡ଼ ଡ଼ିଭା ଦୀପିକା ପାଦୁକୋନ । ଅଧିକ ପଢନ୍ତୁ...

ଅନ୍ତିମ ସଂସ୍କାରରେ ପିନ୍ଧିଥିବା ଡ୍ରେସ ନିଲାମ କରି Troll ହେଲେ ଦୀପିକା

author img

By

Published : Aug 17, 2021, 7:52 PM IST

ହାଇଦ୍ରାବାଦ: ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଆକ୍ରୋଶର ଶିକାର ହେଲେ ବଲିଉଡ ଡିଭା ଦୀପିକା ପାଦୁକୋନ । ଅନ୍ତିମ ସଂସ୍କାରରେ ପିନ୍ଧିଥିବା ଡ୍ରେସକୁ ନିଲାମ ପାଇଁ ଦେବାରୁ ସେ ଏହି ଟ୍ରୋଲର ଶିକାର ହୋଇଛନ୍ତି । ସେ ନିଜ ୱେବସାଇଟରେ ୨ଟି କୁର୍ତ୍ତାକୁ ବିକ୍ରି ପାଇଁ ଦେଇଥିବା ଜଣେ ଟ୍ବିଟର ୟୁଜର କହିଛନ୍ତି ।

  • I am so shocked.. my favourite Deepika Padukone has auctioned her non couture clothes from 2013.. I repeat 2013 that she wore to different funeral events. 😒😒
    Low blow! pic.twitter.com/2vFPoVEeWV

    — Maya (@Sharanyashettyy) August 16, 2021 " class="align-text-top noRightClick twitterSection" data=" ">

ଏହି ୨ଟି କୁର୍ତ୍ତା ମଧ୍ୟରୁ ସେ ଗୋଲାପୀ ରଙ୍ଗର କୁର୍ତ୍ତାକୁ ହାଉସଫୁଲ କୋ-ଷ୍ଟାର ଜିହା ଖାନଙ୍କ ଅନ୍ତିମ ସଂସ୍କାରରେ ୨୦୧୩ ମସିହାରେ ପିନ୍ଧିଥିଲେ । ଅନ୍ୟ ଏକ କୁର୍ତ୍ତାକୁ ସେ ପ୍ରିୟଙ୍କା ଚୋପ୍ରାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ପିନ୍ଧିଥିଲେ । ୨୦୧୩ ମସିହାର ଏହି କୁର୍ତ୍ତାକୁ ସେ ନିଜ ୱେବସାଇଟରେ ବିକ୍ରି ପାଇଁ ପକାଇଛନ୍ତି । ଯାହା ଉକ୍ତ ଟ୍ବିଟର ୟୁଜରଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ବୋଲି ସେ ଲେଖିଛନ୍ତି । ଦୀପିକା ଏହି ପୋଷାକ ବିକ୍ରି କରି ନିଜ NGO ସଂସ୍ଥା 'Live Love Laugh' ପାଇଁ ଅର୍ଥ ସଂଗ୍ରହ କରନ୍ତି । ତେବେ ଏହି ସଂସ୍ଥା ମାନସିକ ବିଷାଦଗ୍ରସ୍ତ ରୋଗୀଙ୍କୁ ଚିକିତ୍ସା କରାଯାଇଥାଏ । ଏହି ଅର୍ଥ ଲାଗି ସେ ନିଜ ପୋଷାକକୁ ବିକ୍ରି କରନ୍ତି ।

ସୋସିଆଲ ମିଡି଼ଆରେ ଦୀପିକା ଟ୍ରୋଲ ହେଉଥିବା ବେଳେ ଅନ୍ୟ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରିଛନ୍ତି । ତେବେ ସେ ଉତ୍ତମ ଚିନ୍ତାଧାରା ରଖି ଏହି ପୋଷାକକୁ ବିକ୍ରି କରିଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି । ସେପଟେ ଦୀପିକା ଶକୁନ ବତ୍ରାଙ୍କ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ଏଥିରେ ଅନ୍ୟ କଳାକାର ଭାବେ ଶାହରୁଖ ଖାନ, ପ୍ରଭାସ ଓ ଅମିତାଭ ବଚ୍ଚନ ନଜ ଆସିବେ । ଦୀପିକା ହଲିଉଡ ଫିଲ୍ମ 'ଦି ଇଣ୍ଟରନେଟ'ର ବଲିଉଡ ରିମେକରେ ନଜର ଆସିବାକୁ ଯାଉଛନ୍ତି । ତେବେ ଏଥିରେ ସେ ୩ୟ ଥର ପାଇଁ ବିଗ ବିଙ୍କ ସହିତ କରିବେ କାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.