ETV Bharat / sitara

ମାଗଣାରେ ‘ଛପାକ’ ଦେଖିବେ ସପା କର୍ମୀ

author img

By

Published : Jan 10, 2020, 12:54 PM IST

ପ୍ରଥମେ ମଧ୍ୟ ପ୍ରଦେଶ ଓ ଛତିଶଗଡରେ ଟ୍ୟାକ୍ସ ଫ୍ରି ହୋଇଥିଲା ଦୀପିକା ପାଦୁକୋନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଛପାକ’ । ଆଉ ଏବେ ଲକ୍ଷ୍ନୌରେ ଫିଲ୍ମ ଦେଖିବେ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତା ।

chhapaak
ଫଟୋ ସୌଡଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ଆଜି ରିଲିଜ ହୋଇଯାଇଛି । ଅନେକ ବାଦବିବାଦ ପରେ ସିନେମାହଲରେ ଫିଲ୍ମ ଦେଖିବାକୁ ପାଇଛନ୍ତି ଦର୍ଶକ । ନିକଟରେ ଦୀପିକା ଜେଏନୟୁ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ଯାହାପରଠୁ ତାଙ୍କ ଉପରେ ଖପ୍ପା ହୋଇଥିଲେ ଅନେକ ରାଜନୈତିକ ଦଳ । ସୋସିଆଲ ମିଡିଆରେ ତାଙ୍କ ଫିଲ୍ମ ‘ଛପାକ’ ବଏକଟ କରିବା ନେଇ ଟ୍ରେଣ୍ଡ କରୁଛି । ସେ ଜେଏନୟୁ ଯିବାକୁ ନେଇ ରାଜନୈତିକ ମହଲ ବର୍ତ୍ତମାନ ଗରମ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସମାଜବାଦି ପାର୍ଟି

ଗୁରୁବାର ମଧ୍ୟ ପ୍ରଦେଶ ଓ ଛତିଶଗଡ ରାଜ୍ୟରେ ‘ଛପାକ’କୁ ଟ୍ୟାକ୍ସ ଫ୍ରି କରାଯାଇଥିଲା । ସେହିପରି ଅନ୍ୟପଟେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଛପାକ ଫିଲ୍ମ ଦେଖାଇବାକୁ କହିଛନ୍ତି । ଯାହାପାଇଁ ଲକ୍ଷ୍ନୌରେ ଗୋଟିଏ ହଲ ବୁକ କରାଯାଇଛି ।

ଏହି କଥାର ସୂଚନା ସସମାଜବାଦୀ ପାର୍ଟିର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଦିଆଯାଇଛି । ଗୁରୁବାର ସନ୍ଧ୍ୟାରେ ସମାଜବାଦି ପାର୍ଟି ତରଫରୁ ଏକ ପୋଷ୍ଟରେ ଟ୍ବିଟ କରି ଲେଖାଯାଇଛି, ‘ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ଶୁକ୍ରବାର ଫିଲ୍ମ ଛପାକ ଦେଖିବେ । ଏହାପାଇଁ ଲକ୍ଷ୍ନୌରେ ଗୋଟିଏ ହଲକୁ ବୁକ କରାଯାଇଛି ।’ ଏପରି ପଦକ୍ଷେପ ନେଇ ସମାଜବାଦୀ ପାର୍ଟି ଦୀପିକାଙ୍କ ସମର୍ଥନ କରିଛନ୍ତି ।

ପ୍ରକାଶ ଥାଉକି ‘ଛପାକ’ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସଂଘର୍ଷମୟ ଜୀବନକୁ ନେଇ ଆଧାରିତ । ଫିଲ୍ମରେ ଦୀପିକାଙ୍କ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକାଙ୍କ ସହ ନଜର ଆସୁଛନ୍ତି ଫେମସ ଆକ୍ଟର ବିକ୍ରାନ୍ତ ମେସୀ ।

Intro:Body:

vcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.