ETV Bharat / sitara

‘ଛପାକ’ର ରେଟିଂରେ ବୟାନ ଦେଲେ ଦୀପିକା

author img

By

Published : Jan 30, 2020, 7:43 PM IST

ବହୁ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ରିଲିଜ ପୂର୍ବରୁ ଅନେକ ବାଦବିବାଦ ଦେଇ ଗତି କରିଥିଲା । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଇତିମଧ୍ୟରେ ଫିଲ୍ମ ଆଇଏମଡିବି ରେଟିଂକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଦୀପିକା ।

deepika padukone
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଦୀପିକା ପାଦୁକୋନ ଏମାସ 7 ତାରିଖରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନରେ ଯୋଗ ଦେବାକୁ ପହଞ୍ଚିଥିଲେ । ଯାହାପରେ ତାଙ୍କର ଖୁବ୍ ସମଲୋଚନା କରିଥିଲେ କିଛି ଜନସାଧାରଣ । ତାଙ୍କ ଏପରି ବ୍ୟବହାରକୁ ଆଧାର କରି ଅନେକ ଲୋକ ତାଙ୍କ ଫିଲ୍ମ ‘ଛପାକ’ ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ରିଲିଜକୁ ବ୍ୟାନ କରିବାକୁ ଦାବି କରିଥିଲେ । ହେଲେ ପରିଶେଷରେ ‘ଛପାକ’ ଏମାସ 10 ତାରିଖରେ ବକ୍ସ ଅଫିସରେ ରିଲିଜ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ଟ୍ବିଟର

ସୋସିଆଲ ମିଡିଆରେ ‘ଛପାକର ବିରୋଧ କରିବା ପରେ କିଛି ଲୋକ ରିଭ୍ୟୁ ଏଗ୍ରିଗେଟର ୱେବସାଇଟ ଆଇଏମଡିବି ବିରୋଧରେ ଭୋଟ କରିଛନ୍ତି । ଯାହାପାଇଁ ଫିଲ୍ମକୁ ଆଭରେଜ ରେଟିଂ 4.6 ମିଳିଛି । ଏବେ ଏହି ମାମଲାରେ ଦୀପିକାଙ୍କ ବୟାନ ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନକ୍ଲବ ଟ୍ବିଟରରେ ସେୟାର କରାଯାଇଛି ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦୀପିକା ଏହା କହୁଥିବାର ନଜର ଆସୁଛନ୍ତି ଯେ ସେମାନେ ତାଙ୍କର ଆଇଏମଡିବି ରେଟିଂ ପରିବର୍ତ୍ତନ କରିଛନ୍ତି ହେଲେ ତାଙ୍କ ମନ ନୁହେଁ । ତାଙ୍କ ଏହି ବୟାନ ଉପରେ ଅନେକ ୟୁଜର୍ସଙ୍କ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳୁଛି ।

Intro:Body:

dhh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.