ହାଇଦ୍ରାବାଦ: ବଲିଉଡର ହ୍ୟାଣ୍ତସମ ହଙ୍କ ରଣଭୀର ଅଭିନେତ୍ରୀ ଦୀପିକାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ରଣଭୀରଙ୍କ ଆଗାମୀ ଫିଲ୍ମ ସର୍କସରେ ତାଙ୍କ ପତ୍ନୀ ଦୀପିକା ନଜର ଆସିବାକୁ ଯାଉଛନ୍ତି ।
ଖବର ଅନୁଯାୟୀ, ଦୀପିକା ରଣଭୀରଙ୍କ ଫିଲ୍ମରେ ଏକ କ୍ୟାମୋ କରିବାକୁ ରାଜି ହୋଇଥିବା ଜଣାଯାଇଛି ।
ରଣଭୀର-ଦୀପିକାଙ୍କ ବିବାହ ପରେ ଏହା ଦ୍ବିତୀୟ ଚଳଚ୍ଚିତ୍ର ହେବ, ଯେଉଁଥିରେ ଉଭୟ ଦମ୍ପତି ଏକାଠି ନଜର ଆସିବେ । ଉଭୟ ଦମ୍ପତିଙ୍କୁ ଆଗାମୀ ସମୟରେ ଫିଲ୍ମ '83' ରେ ଦେଖିବାକୁ ମିଳିବ ।
ରିପୋର୍ଟ ଅନୁଯାୟୀ, ଫିଲ୍ମ 'ସର୍କସ'ରେ ଏକ ଗୁରୁତ୍ବପୂର୍ଣ୍ଣ କ୍ୟାମୋ ସହିତ ଦୀପିକାଙ୍କ ଏକ ଧମାକାଦାର ଡ୍ୟାନ୍ସ ମଧ୍ୟ ରହିବ ।
ପ୍ରକାଶ ଥାଉ ଯେ, ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ 'ସର୍କସ' ହେଉଛି ୱିଲିୟମ୍ ସେକ୍ସପିୟରଙ୍କ ନାଟକ,ଯେଉଁଥିରେ ରଣଭୀର ଏକ ଡବଲ ଭୂମିକାରେ ନଜର ଆସିବେ । ଏଥିସହିତ ଏହି ଚଳଚ୍ଚିତ୍ରରେ ପୂଜା ହେଗଡେ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ବରୁଣ ଶର୍ମା, ସିଦ୍ଧାର୍ଥ ଯାଦବ, ଜନି ଲିଭର, ସଞ୍ଜୟ, ବିରଜେଶଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆସନ୍ତା ମାସରୁ ସର୍କସର ସୁଟିଂ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ