ମୁମ୍ବାଇ: 2019 ଦୀପିକା ପାଦୁକୋନଙ୍କ ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନ ରହିଛି । କାରଣ ଏବର୍ଷ ପ୍ରଶଂସକ ଦୀପିକାଙ୍କ ଗୋଟିଏ ବି ଫିଲ୍ମ ଦେଖିପାରିନାହାଁନ୍ତି। ଗତବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦୀପିକା । ଯାହା ପରଠୁ ତାଙ୍କୁ ଏଯାବତ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ। ଶୁଣିବାକୁ ମିଳୁଥିଲା ଯେ ‘ପଦ୍ମାବତ’ ଫିଲ୍ମ ପରେ ସେ ଅନ୍ୟ କୌଣସି ପ୍ରୋଜେକ୍ଟରେ ସାଇନ କରିନଥିଲେ। ଏବର୍ଷ ସିନା ଫ୍ୟାନ୍ସଙ୍କ ପାଇଁ ଖାସ୍ ନଥିଲା ହେଲେ ଆସନ୍ତା ବର୍ଷ ବଡ ସରପ୍ରାଇଜ ଦେବାକୁ ଯାଉଛନ୍ତି ସେ।
2020 ଜାନୁଆରୀ 10ରେ ରିଲିଜ ହେବ ତାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଛପାକ’ । ଯାହା ଦ୍ବାରା ସେ ଫ୍ୟାନ୍ସଙ୍କୁ ନୂଆ ବର୍ଷ ଉପହାର ଦେବେ। ‘ଛପାକ’ର କାହାଣୀ ଜଣେ ଏସିଡ ପୀଡିତାକୁ ନେଇ ଆଧାରିତ। ଦୀପିକା ଫିଲ୍ମରେ ମାଲତି ଭୂମିକାରେ ନଜର ଆସିବେ । ବକ୍ସ ଅଫିସରେ ଫିଲ୍ମଟି ଶାନଦାର ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛନ୍ତି ମେକର୍ସ ।
ଫିଲ୍ମ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ଏଥିନିମନ୍ତେ ଅଧିକ ଅଛି ଯେ ବର୍ତ୍ତମାନ ଫିଲ୍ମକୁ ସେନ୍ସର ବୋର୍ଡର ୟୁ ସାର୍ଟିଫିକେଟ ମିଳିଯାଇଛି । ପ୍ରକାଶ ଥାଉକି ସେଣ୍ଟ୍ରରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ ୟୁ ସାର୍ଟିଫିକେଟ ସେହି ଫିଲ୍ମକୁ ଦେଇଥାଏ, ଯାହାକୁ ସେ ସବୁ ବର୍ଗର ଦର୍ଶକ ଦେଖିବା ଭଳି ମାନିଥାଏ । ଏହି ସାର୍ଟିଫିକେଟ ମିଳିବାର ଫାଇଦା ହେଲା ସବୁ ଦର୍ଶକ ଏହାକୁ ଦେଖିପାରିବେ।
ଏହାବ୍ୟତୀତ ଦୀପିକା ବିବାହ ପରେ ପ୍ରଥମଥର ସ୍ବାମୀ ରଣବୀର କପୁରଙ୍କ ସହ ନିର୍ଦ୍ଦେଶକ କବୀର ଖାନଙ୍କ ଆଗାମୀ ଫିଲ୍ମ ‘83’ରେ ନଜର ଆସିବେ । ଏହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ । ଫିଲ୍ମକୁ ଆସନ୍ତା ବର୍ଷ ଏପ୍ରିଲ 10ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।