ମୁମ୍ବାଇ: ଦୀପିକା ପାଦୁକୋନ୍ ଆଜି ତାଙ୍କର ଖାସ୍ ଦିନ ସେଲିବ୍ରେଟ୍ କରୁଛନ୍ତି । ୧୯୮୬ ଜାନୁଆରୀ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦୀପିକା 36 ବର୍ଷ ପୂରଣ କରିସାରିଛନ୍ତି (Happy Birthday Deepika Padukone) । ଦୀପିକା ବଲିଉଡର ଫେମସ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ, ସେ ନା କେବଳ ନିଜ ଅଭିନୟ ପାଇଁ ବରଂ ଡ୍ୟାନ୍ସ ଜରିଆରେ ଲୋକଙ୍କ ଦିଲ୍ରେ ରାଜ୍ କରୁଛନ୍ତି । ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂହଙ୍କ ପ୍ରେମ କାହଣୀ ଶୁଣିବା ଲୋକଙ୍କୁ ବହୁତ ପସନ୍ଦ। କିନ୍ତୁ ଆପଣ କ'ଣ ଜାଣନ୍ତି କି, ଦୀପିକା ଏବଂ ରଣବୀର ବିବାହର ୪ ବର୍ଷ ପୂର୍ବରୁ ସିକ୍ରେଟ ଏନଗେଜମେଣ୍ଟ୍ କରିଥିଲେ । ଏହି ଖବର କେବଳ କିଛି ବଛା ବଛା ଲୋକଙ୍କୁ ଜଣା ।
2012ରେ ସଞ୍ଜୟ ଲୀଲା ଭଂସାଲିଙ୍କ 'ଗୋଲିୟୋଁ କି ରାସଲୀଲା ରାମ-ଲୀଲା (Goliyon Ki Raasleela Ram-Leela)’ ନିର୍ମାଣ ସମୟରେ ଦୀପିକା ପାଦୁକୋନ୍ ରଣବୀର ସିଂଙ୍କ ପ୍ରେମରେ ପଡିଯାଇଥିଲେ। 6 ବର୍ଷର ଲମ୍ବା ରିଲେସନସିପ୍ରେ ରହିବା ପରେ, ଦୁହେଁ 2018 ମସିହାରେ ପରସ୍ପରର ହାତ ଧରିଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | କିନ୍ତୁ ଲୋକେ ଜାଣି ନଥିଲେ ଯେ ବିବାହର 4 ବର୍ଷ ପୂର୍ବରୁ ସେମାନେ ସିକ୍ରେଟ ଏନଗେଜମେଣ୍ଟ୍ କରିସାରିଥିଲେ ବୋଲି ।
ଏହି ସିକ୍ରେଟ ଏନଗେଜମେଣ୍ଟ୍ ସମ୍ପର୍କରେ ଖୋଦ୍ ଦୀପିକା ଦୀର୍ଘ ଦିନ ପରେ ଖୁଲାସା କରିଛନ୍ତି । 2018 ମସିହାରେ ଫିଲ୍ମଫେୟାରରେ ଦେଇଥିବା ଏକ ସାକ୍ଷାତକାରରେ ମସ୍ତାନୀ କହିଥିଲେ କି, ସେ ଏହି ଖବରକୁ କେବଳ ପରିବାର ଲୋକଙ୍କ ମଧ୍ୟରେ ସୀମିତ ରଖିଥିଲେ । ସେ ଆହୁରି କହିଛନ୍ତି, 'ଯେତେବେଳେ ମୁଁ ପଛକୁ ଚାହେଁ, ଛଅ ମାସ ପୂର୍ବେ ମୁଁ ଆମ ସମ୍ପର୍କକୁ ନେଇ ସମ୍ପୂର୍ଣ୍ଣ ଭାବପ୍ରବଣ ହୋଇଯାଇଥିଲି। ଏହା ପରେ ମୁଁ ଭାବୁଥିଲି ଯେ ଆମେ କେବେ ବିବାହ କରିବୁ? ରଣବୀରଙ୍କ ବିଷୟରେ ମୁଁ କେବେବି ନିଶ୍ଚିତ ନଥିଲି । ହଁ, ଦୀର୍ଘ ବର୍ଷର ସମ୍ପର୍କ ମଧ୍ୟରେ ଅନେକ ଉତ୍ଥାନ-ପତନ ଘଟିଛି, କିନ୍ତୁ ଆମେ କେବେ ବି ଭାଙ୍ଗି ପଡିନଥିଲୁ। କୌଣସି ବଡ ଝଗଡା ହୋଇନଥିଲା । ଆମେ ସବୁବେଳେ ପରସ୍ପର ପାଖରେ ଛିଡା ହୋଇଛୁ ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ