ହାଇଦ୍ରାବାଦ: ପରଲୋକରେ ପ୍ରଖ୍ୟାତ ଆକ୍ସନ କୋରିଓଗ୍ରାଫର ଭିରୁ ଦେବଗନ । ଆଜି ସକାଳେ ମୁମ୍ବାଇରେ ଇହଲୀଳା ସମ୍ବରଣ କରିଛନ୍ତି ଭିରୁ । କିଛିଦିନ ହେବ ଭିରୁ ସାନ୍ତାକ୍ଲଜଠାରେ ଅବସ୍ଥିତ ସୂର୍ଯ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୃ
ତେବେ ଭିରୁଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ । ଆଜି ସଂନ୍ଧ୍ୟା 6ଟାରେ ଅନ୍ତିମ ସଂସ୍କାର କରାଯିବ ।
ଭିରୁ ଏକାଧାରାରେ ଜଣେ ଅଭିନେତା, ଆକ୍ସନ ମାଷ୍ଟର ଓ ନିର୍ଦ୍ଦେଶକ ଥିଲେ । କିନ୍ତୁ ସେ ବଲିଉଡର ପ୍ରସିଦ୍ଧ ଷ୍ଟଣ୍ଟ ନିର୍ଦ୍ଦେଶକ ଭାବରେ ପରିଚିତ । ସେ ପ୍ରାୟ 80 ଫିଲ୍ମରେ ଷ୍ଟଣ୍ଟ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ‘ହିନ୍ଦୁସ୍ଥାନ କି କସମ’ରେ ପୁଅ ଅଜୟ ଦେବଗନ ଓ ବିଗ ବି ଅମିତାଭ ବଚ୍ଚନଙ୍କୁ ନିର୍ଦ୍ଦେଶନା ଦେଇଥିଲେ ।