ହାଇଦ୍ରାବାଦ: ଇଦର ଶୁଭେଚ୍ଛା ଦେଇଥିଲେ ବଲିଉଡ ବାଦଶାହା ଶାହାରୁଖ ଖାନ । ମନ୍ନତର ବାଲକୋନିରେ ପୁଅ ଅବରାମଙ୍କ ସହ ଫ୍ୟାନ୍ସମାନଙ୍କୁ ଇଦର ଶୁଭେଚ୍ଛା ଦେଇିଥିଲେ ଶାହାରୁଖ । ଏହାସହ ସାଥିରେ ଥିଲେ ଆମେରିକାର ପପୁଲାର ହୋଷ୍ଟ ଡେଭିଡ ଲେଟର ମ୍ୟାନ ।
ସବୁବର୍ଷ ଇଦରେ ଶାହାରୁଖ ଘର ମନ୍ନତର ବାଲକୋନିରେ ଆସି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଦେଇଥାଆନ୍ତି । ଅବରାମଙ୍କ ଜନ୍ମପରେ ଶାହାରୁଖ ସବୁବେଳେ ନିଜ ପୁଅ ସହ ବାଲକୋନିଙ୍କୁ ଆସିଥାଆନ୍ତି ମାତ୍ର ଏଥରକ ସାଥିରେ ଥିଲେ ଡେଭିଡ ଲେଟରମ୍ୟାନ ।
ଡେଭିଡଙ୍କ ଶୋ ‘My next guest needs no interoduction’ର ପରବର୍ତ୍ତୀ ସିଜିନର ବେଷ୍ଟ ଶାହାରୁଖ । ଏହି ଶୋରେ ଶାହାରୁଖ ନିଜ ମନ କଥା କହୁଥିବାର ଦେଖିବାକୁ ମିଳିବ । ତେବେ ଏହାର ସୁଟିଂ ଶେଷ ହୋଇସାରିଲାଣି । ତେବେ ଡେଭିଡ ଲେଟରମ୍ୟାନ ନିଜର ପ୍ରଥମ ସିଜିନରେ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସାକ୍ଷାତକାର ନେଇଥିଲେ ।