ETV Bharat / sitara

Dasvi Trailer: ଦମଦାର ଲୁକ୍‌ରେ ଅଭିଷେକ-ୟାମି

author img

By

Published : Mar 23, 2022, 12:59 PM IST

ଅଭିଷେକ ବଚ୍ଚନ, ୟାମି ଗୌତମ ଏବଂ ନିମରତ କୌରଙ୍କ ଅଭିନୀତ ଚଳଚ୍ଚିତ୍ର ଦଶବି ଟ୍ରେଲର ରିଲିଜ ହୋଇଛି । 2 ମିନିଟ 37 ସେକେଣ୍ଡର ଏହି ଟ୍ରେଲରରେ ଜବରଦସ୍ତ କମେଡି ରହିଛି । ଏପ୍ରିଲ 7ରେ ଦଶବି ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

Dasvi Trailer: ଦମଦାର ଲୁକ୍‌ରେ ନଜର ଆସିଲେ ଅଭିଷେକ-ୟାମି

ହାଇଦ୍ରାବାଦ: ଅଭିଷେକ ବଚ୍ଚନ, ୟାମି ଗୌତମ ଏବଂ ନିମରତ କୌରଙ୍କ ଅଭିନୀତ ଚଳଚ୍ଚିତ୍ର 'ଦଶବି' ଟ୍ରେଲର ରିଲିଜ ହୋଇଛି । 2 ମିନିଟ 37 ସେକେଣ୍ଡର ଏହି ଟ୍ରେଲରରେ ଜବରଦସ୍ତ କମେଡି ରହିଛି । ଏହି କମେଡି ପ୍ୟାକ୍ ଟ୍ରେଲରରେ ଅଭିଷେକ ବଚ୍ଚନ ଜଣେ ଅଶିକ୍ଷିତ ରାଜନେତା ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଦୀନେଶ ଭାଇଜାନ ଏବଂ ଜିଓ ଷ୍ଟୁଡିଓ ପ୍ରଡକ୍ସନର ମିଳିତ ଉଦ୍ୟମରେ ନିର୍ମାଣ କରାଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ଜଲୋଟା ।

  • " class="align-text-top noRightClick twitterSection" data="">

ଅଭିଷେକ ଏହି ଫିଲ୍ମରେ ଦଶମ ଫେଲ ହୋଇଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦର୍ଶକମାନଙ୍କୁ ଏକ ରାଜନୈତିକ କମେଡି-ଡ୍ରାମାରେ ଭରପୁର କାହାଣୀ ଦେଖିବାକୁ ମିଳିବ । ଯାହା ଆଜିର ସମାଜରେ ଶିକ୍ଷାର ମହତ୍ତ୍ବ ବିଷୟରେ ଏକ ବାର୍ତ୍ତା ଦେବ । ୟାମି ଜଣେ ପୋଲିସ ଅଫିସର ଜ୍ୟୋତି ଦେଶୱାଲ ଭୂମିକାରେ ଦେଖାଯିବେ । ନିକଟରେ ଫିଲ୍ମରୁ ଅଭିଷେକଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଥିଲା । ଯେଉଁଥିରେ ତାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି ।

ଟ୍ରେଲର ଦେଖିଲେ ଲାଗୁଛି ଯେ ଅଭିଷେକ ପୁଣି ଥରେ OTT ଧମାଲ ମଚାଇବାକୁ ଯାଉଛନ୍ତି । କାହିଁକି ନା ଟ୍ରେଲରରେ ଅଭିଷେକ ଅଶିକ୍ଷିତ ନେତା ଗଙ୍ଗା ରାମ ଚୌଧୁରୀଙ୍କ ରୂପରେ ବହୁତ ଚମତ୍କାର ଦେଖାଯାଉଛନ୍ତି । ଟ୍ରେଲରରେ ତାଙ୍କର ଜବରଦସ୍ତ ସିନ ଏବଂ ସଂଳାପ ଗୁଡ଼ିକ ବହୁତ ଭଲ ହୋଇଛି । ଏଥି ସହିତ, ଜଣେ କଠୋର ଆଇପିଏସ୍ ଅଧିକାରୀ ହୋଇଥିବା ୟାମି ଗୌତମ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦଶବି ଏପ୍ରିଲ 7ରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଏବଂ ଏହା OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ଏବଂ ଜିଓ ସିନେମାରେ ପ୍ରିମିୟର୍ ହେବ | ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ତୁଷାର ଜଲୋଟା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.