ETV Bharat / sitara

‘ଦବଙ୍ଗ 3’ ଟ୍ରେଲରରେ ଭୁଲ, ଲଜ୍ଜିତ ମେକର୍ସ - ସଲମାନ ଖାନଙ୍କ ଆକ୍ସନ ଫିଲ୍ମ ଦବଙ୍ଗ 3

ଦୀର୍ଘ ସମୟରୁ ସଲମାନଙ୍କ ‘ଦବଙ୍ଗ 3’କୁ ନେଇ ଉତ୍ସାହିତ ଥିବା ଦର୍ଶକ ବର୍ତ୍ତମାନ ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲରକୁ ଟ୍ରୋଲ କରିଛନ୍ତି । ଟ୍ରେଲରରେ କିଛି ଭୁଲକୁ ନେଇ ରାଗିଲେ ପ୍ରଶଂସକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Oct 25, 2019, 3:01 PM IST

ମୁମ୍ବାଇ: ଏହି ସମୟରେ ବଲିଉଡରେ ଅନେକ ବଡ ଫିଲ୍ମ ଚର୍ଚ୍ଚାରେ । ଆଉ ଦୀର୍ଘ ସମୟରୁ ଦବଙ୍ଗ ବୟ ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’ ଚର୍ଚ୍ଚାରେ ଅଛି । ନିକଟରେ ରିଲିଜ ହୋଇଥିଲା ଏହି ଫିଲ୍ମର ଦମଦାର ଟ୍ରେଲର । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଟ୍ରେଲରଟି ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ପାଖାପାଖି 400 ମିଲିୟନ ଭ୍ୟୁୟର୍ସ ଦେଖିଥିଲେ । କିନ୍ତୁ ଏବେ ଟ୍ରେଲରକୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଛି । ତେବେ ଆସନ୍ତୁ ଜାଣିବା ଟ୍ରେଲର କିଛି ଭୁଲ ବିଷୟରେ...

photo
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ ଫ୍ୟାନକ୍ଲବ

ଆଶ୍ଚର୍ଯ୍ୟ କଥା ହେଲା କି ଟ୍ରେଲର ଭୁଲ ବିଷୟରେ ନା ସଲମାନଙ୍କୁ ଜଣା ନା ମେକର୍ସଙ୍କୁ । ନିର୍ମାତାଙ୍କ ଗୋଟିଏ ଭୁଲ ପାଇଁ ‘ଦବଙ୍ଗ 3’ ଟ୍ରେଲରର ସୋସିଆଲ ମିଡିଆରେ ଖୁବ୍ ମଜାକ ଉଡାଯାଉଛି । କଥାଟି ହେଲା ଯେ ଟ୍ରେଲରର ଶେଷରେ ଯେଉଁଠାରେ ‘ଦବଙ୍ଗ 3’ର ରିଲିଜ ତାରିଖ ଦିଆଯାଇଥିଲା, ସେହିଠାରେ ଡିସେମ୍ବରର ସ୍ପେଲିଂ ଭୁଲ ଲେଖାଯାଇଥିଲା । ସଲମାନଙ୍କ ପ୍ରଶଂସକ ଏହି ଭୁଲ ଦେଖି ଖୁବ୍ ନିରାଶ ହୋଇଯାଇଛନ୍ତି ।

ଆଉ ଏବେ ସୋସିଆଲ ମିଡିଆରେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି । ବର୍ତ୍ତମାନ ଏହି ଭୁଲର ସ୍କ୍ରିନସଟ ନେଇ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି ୟୁଜର୍ସ । ସେହିପରି ଜଣେ ୟୁଜର ଲେଖିଛନ୍ତି, ‘ପ୍ରଥମେ ଫିଜିକ୍ସକୁ ନଷ୍ଟ କରାଗଲା ଆଉ ଏବେ ଇଂରାଜୀର ସମୟ । DECEMEBER, ଭାଇ ଆପଣ ମହାନ ।’ ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ଇଂରାଜୀକୁ ମୋର ଶ୍ରଦ୍ଧାଞ୍ଜଳୀ ।’ ବର୍ତ୍ତମାନ ଟ୍ବିଟରରେ #Dabangg3 ଏବଂ #Dabangg3Trailer ଟ୍ରେଣ୍ଡ କରୁଛି । ଏହି ସମାନ୍ୟ ଭୁଲ ଦବଙ୍ଗ 3 ଟିମକୁ ଲଜ୍ଜିତ କରିଦେଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.