ETV Bharat / sitara

ଗ୍ରାଣ୍ଡ ଇଭେଣ୍ଟରେ ଲଞ୍ଚ ହେବ ‘ମୁନ୍ନା ବଦନାମ ହୁଆ’ ଭିଡିଓ

author img

By

Published : Nov 28, 2019, 2:23 AM IST

ଦର୍ଶକଙ୍କୁ ବଡ ସରପ୍ରାଇଜ ଦେବାକୁ ଯାଉଛନ୍ତି ‘ଦବଙ୍ଗ 3’ ମେକର୍ସ । ଧିରେ ଧିରେ କରି ଫିଲ୍ମର ଅଡ଼ିଓ ଗୀତ ରିଲିଜ କରିଆସୁଥିବା ମେକର୍ସ ଏବେ ଫିଲ୍ମର ଚର୍ଚ୍ଚିତ ଗୀତ ‘ମୁନ୍ନା ବଦନାମ ହୁଆ’ ଭିଡିଓ ଭର୍ସନ ଗ୍ରାଣ୍ଡ ଅନ୍ଦାଜରେ ଲଞ୍ଚ କରିବେ ।

dabangg 3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’ ଆସନ୍ତା ମାସ 20ରେ ରିଲିଜ ହେବାକୁ ପ୍ରସ୍ତୁତ । ଖ୍ରୀଷ୍ଟମାସ ଅବସରରେ ଦର୍ଶକଙ୍କ ମନୋରଞ୍ଜନ କରିବ ଆକ୍ସନ ଡ୍ରାମା ଫିଲ୍ମ ‘ଦବଙ୍ଗ 3’ । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଏହାପରେ ମେକର୍ସ ଗୋଟିଏ ଗୋଟି କରି ଫିଲ୍ମରେ ଅନେକ ଗୀତ ରିଲିଜ କରିସାରିଲେଣି । ଯାହା ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ଫିଲ୍ମର ଆକ୍ସନ, କମେଡି ଏବଂ ରୋମାନ୍ସ ଦର୍ଶକଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି ।

ଏବେ ଫିଲ୍ମ ମେକରଙ୍କ ନୂଆ ଘୋଷଣା ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ଯେ ଫିଲ୍ମର ପପୁଲାର ଗୀତ ‘ମୁନ୍ନା ବଦନାମ ହୁଆ’ର ଭିଡିଓ ଗ୍ରାଣ୍ଡ ଷ୍ଟାଇଲରେ ଲଞ୍ଚ କରାଯିବ । ଖାଲି ଏତିକି ନୁହେଁ ଏହାସହ ଭାଗ୍ୟଶାଳୀ ଫ୍ୟାନ୍ସଙ୍କୁ ଚୁଲବୁଲ ପାଣ୍ଡେଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ମଧ୍ୟ ମିଳିବ ।

ବର୍ତ୍ତମାନ ‘ମୁନ୍ନା ବଦନାମ ହୁଆ’ ଭିଡିଓ ରିଲିଜରେ ଜୋରୋସୋରରେ ଲାଗିପଡିଛନ୍ତି ମେକର୍ସ । ଏହି ଗୀତରେ ଫିଲ୍ମର ଚୁଲବୁଲ ପାଣ୍ଡେ ତଥା ସଲମାନ ଆଇଟମ ବୟ ସାଜିଛନ୍ତି । ପୂର୍ବରୁ ଏହି ଗୀତର ଅଡି଼ଓ ଭର୍ସନକୁ ରିଲିଜ କରାଯାଇଥିଲା । ଦବଙ୍ଗ ଫ୍ରାଞ୍ଚାଇଜର ପ୍ରଥମ ଫିଲ୍ମରେ ‘ମୁନ୍ନି ବଦନାମ’ଗୀତ ଶୁଣିବାକୁ ମିଳିଥିଲା । ଏଥର ‘ମୁନ୍ନା ବଦନାମ’ ଶୁଣିବାକୁ ପାଇବେ ଦର୍ଶକ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଫେମସ କୋରିଓଗ୍ରାଫର, ଅଭିନେତା ପ୍ରଭୁ ଦେବା ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.