ମୁମ୍ବାଇ: କ୍ଷୀପ୍ର ଗତିରେ ମାଡି ଆସୁଛି ତାଉ’ତେ । ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ପ୍ରଶାସନ । ସୁରଟରେ 80 କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା । ସେପଟେ ପାଣିପାଗ ବିଭାଗ ସୋମବାର ତାଉ'ତେ ବିଷୟରେ ଚେତାବନୀ ଦେଇଛି । ସେପଟେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ, କରୀନା କପୁର, କାର୍ତ୍ତିକ ଆର୍ଯ୍ୟନ, ମଲାଇକା ଆରୋରା ଏବଂ ଅନ୍ୟ ସେଲିବ୍ରିଟି ମୁମ୍ବାଇବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ।
ଅମିତାଭ ଟ୍ବିଟ କରି ଲେଖିଛନ୍ତି, ‘ମୁମ୍ବାଇରେ ତାଉ’ତେର ପ୍ରଭାବ ଦେଖିବାକୁ ମିଳୁଛି । ମୁମ୍ବାଇରେ ପ୍ରବଳ ବର୍ଷା । ଦୟାକରି ସମସ୍ତେ ନିଜକୁ ସୁରକ୍ଷିତ ରଖିବା ସହ ସୁସ୍ଥ ରୁହ । ପୂର୍ବପରି ପ୍ରାର୍ଥନା ।’
- " class="align-text-top noRightClick twitterSection" data="
">
ସେପଟେ କରୀନା ଓ ମଲାଇକା ବିଏମସି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଅପିଲ କରିଛନ୍ତି ଘରେ ସୁରକ୍ଷିତ ରହିବାକୁ । ସେହିପରି କରୀନା ଲେଖିଛନ୍ତି, ‘ଘରେ ସୁରକ୍ଷିତ ରୁହ । ବିଏମସି ନିୟମ ପାଳନ କର ।’
-
T 3905 - The effects of the #CycloneTauktae have begun .. rains in Mumbai .. please be safe and protected .. prayers as ever 🙏
— Amitabh Bachchan (@SrBachchan) May 15, 2021 " class="align-text-top noRightClick twitterSection" data="
">T 3905 - The effects of the #CycloneTauktae have begun .. rains in Mumbai .. please be safe and protected .. prayers as ever 🙏
— Amitabh Bachchan (@SrBachchan) May 15, 2021T 3905 - The effects of the #CycloneTauktae have begun .. rains in Mumbai .. please be safe and protected .. prayers as ever 🙏
— Amitabh Bachchan (@SrBachchan) May 15, 2021
ଏହି ଦୁଇ ଅଭିନେତ୍ରୀଙ୍କ ବ୍ୟତୀତ କାର୍ତ୍ତିକ କହିଛନ୍ତି, ‘ତାଉ'ତେ ଆଉ ଏକ କାରଣ ଘରେ ରହିବା ପାଇଁ ।’ ଏହିପରି ଅନେକ ସେଲିବ୍ରିଟି ଫ୍ୟାନ୍ସଙ୍କୁ ଅନୁରୋଧ କରୁଥିବାର ନଜର ଆସୁଛନ୍ତି ।
-
Hope everyone is safe and well in Mumbai. Please stay home and take care! #CycloneTauktae
— Diana Penty (@DianaPenty) May 17, 2021 " class="align-text-top noRightClick twitterSection" data="
">Hope everyone is safe and well in Mumbai. Please stay home and take care! #CycloneTauktae
— Diana Penty (@DianaPenty) May 17, 2021Hope everyone is safe and well in Mumbai. Please stay home and take care! #CycloneTauktae
— Diana Penty (@DianaPenty) May 17, 2021
ପ୍ରକାଶ ଥାଉକି ସୋମବାର ସକାଳେ ମୁମ୍ବାଇରେ ତାଉ'ତେ ପ୍ରଭାବରେ ହାଲକା ବର୍ଷା ସହ ପ୍ରବଳ ପବନ ବହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁଯାୟୀ, ଆସନ୍ତା 3 ଘଣ୍ଟା ମଧ୍ୟରେ ମୁମ୍ବାଇ, ଥାନେ, ରାଇଗଡ, ପାଲଘର ଏବଂ ରତ୍ନାଗିରି ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ