ETV Bharat / sitara

ଭୀଷ୍ମ ପିତାମହଙ୍କୁ ଫ୍ଲପ ଅଭିନେତା କହିଲେ ଯୁଧିଷ୍ଠିର

ପପୁଲାର ଧାରାବାହିକ ‘ମହାଭାରତ’ର ଯୁଧିଷ୍ଠିର ଓ ଭୀଷ୍ମଙ୍କ ମଧ୍ୟରେ ଚାଲିଛି ବୟାନବାଜି । ମୁକେଶଙ୍କୁ ଫ୍ଲପ ଆକ୍ଟର କହି ଚର୍ଚ୍ଚାରେ ଗଜେନ୍ଦ୍ର ।

author img

By

Published : Oct 6, 2020, 9:04 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କପିଲ ଶର୍ମା ଶୋକୁ ନେଇ କମେଣ୍ଟ କରିବା ପରେ ଫେମସ ଅଭିନେତା ମୁକେଶ ଖନ୍ନା ଓ ଗଜେନ୍ଦ୍ର ଚୌହାନଙ୍କ ମଧ୍ୟରେ ଯୁକ୍ତିତର୍କ ଜାରି ରହିଛି । ଇତିମଧ୍ୟରେ ଏକ ସାକ୍ଷାତକାରରେ ମୁକେଶଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଆସିଛନ୍ତି ଗଜେନ୍ଦ୍ର ।

ସେ ସାକ୍ଷାତକାରରେ କହିଛଛନ୍ତି, ‘ଯଦି ଆପଣ ତାଙ୍କ ଭିଡିଓ ଦେଖବେ ତେବେ ସେ ନିଜେ କହୁଛନ୍ତି ଯେ ତାଙ୍କୁ ଡକାଯାଇ ନାହିଁ ଏବଂ ଯଦି ତାଙ୍କୁ ଡକାଯାଏ ତେବେ ସେ ଶୋକୁ ଯିବେ ନାହିଁ | ଏହା ଏପରି କଥା ଯେ ତୁମେ ମାନ କିମ୍ବା ନମାନ ହେଲେ ମୁଁ ତୁମ ଅତିଥି । ଯଦି ତାଙ୍କୁ ଡକାଯାଏ ନାହିଁ ତେବେ ସେ କିପରି ଯିବେ?’

ଖାଲି ଏତିକି ନୁହେଁ ସେ ମୁକେଶଙ୍କୁ ନେଇ ଆହୁରି କହିଛନ୍ତି ଯେ ତାଙ୍କୁ ଲାଗୁଛି ମୁକେଶ ନିଜକୁ ‘ମହାଭାରତ’ର ଅଥରିଟି ଭାବୁଛନ୍ତି । ସେ ସମସ୍ତଙ୍କୁ ଜ୍ଞାନ ବାଣ୍ଟିବାରେ ଲାଗିଛନ୍ତି । ସେ ଲୋକପ୍ରିୟ ବ୍ୟକ୍ତିତ୍ବଙ୍କୁ କମେଣ୍ଟ କରି ଲାଇମଲାଇଟରେ ରହିବାକୁ ଚେଷ୍ଟା କରୁଛନ୍ତି । ସେ ପ୍ରଥମେ ଏକତା କପୁର ଓ ତାଙ୍କ ଶୋ ‘ମହାଭାରତ’କୁ ନେଇ କମେଣ୍ଟ କରିଥିଲେ । ଏକତାଙ୍କ ପରେ ସେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଉପରେ କମେଣ୍ଟ କରିଥିଲେ । ଆଉ ଏବେ କପିଲଙ୍କ ଉପରେ ।

ପ୍ରକାଶ ଥାଉକି ନିକଟରେ ମୁକେଶ ଏକ ଭିଡିଓ ଜାରି କରି କପିଲଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିଲେ । ଯାହାର ନିନ୍ଦା କରି ଗଜେନ୍ଦ୍ର ଏପରି କଥା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.