ETV Bharat / sitara

ପୁଣି ଫସିଲେ ସଲମାନ, ସାମ୍ବାଦିକ ଆଣିଲେ ଅଭିଯୋଗ

ପୁଣି ଅନେକ ଅଭିଯୋଗରେ ଫସିଲେ ସଲମାନ ଖାନ । ଅନ୍ଧେରି ମେଟ୍ରୋପଲିଟିୟନ ମାଜିଷ୍ଟ୍ରେଟ କୋର୍ଟରେ ସଲମାନଙ୍କ ନାମରେ ରୁଜୁ ହୋଇଛି ଏକାଧିକ ମାମଲା ।

author img

By

Published : Jun 25, 2019, 11:52 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଜୀବନରୁ ସମସ୍ୟା କେବେ କମ ହେବାର ନାଁ ନେଉନାହିଁ । ଯେଉଁଠି ଗୋଟିଏ ମାମଲା ଶାନ୍ତ ପଡୁଛି ଆଉ ଗୋଟିଏ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସି ଚର୍ଚ୍ଚା ସୃଷ୍ଟି କରୁଛି । ଏଥର ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଲୁଟପାଟ ଅଭିଯୋଗ, ହିଂସା ଅପରାଧି ଗତିବିଧି ଏବଂ ଧମକ ଦେବା ମାମଲା ରୁଜୁ କରିଛନ୍ତି ।

ଏହାର ସୂଚନା ଏଏନଆଇର ଅଧିକାରୀକ ଟ୍ବିଟର ଆକାଉଣ୍ଟରେ ଦିଆଯାଇଛି । ପ୍ରକାଶ ଥାଉକି ସଲମାନଙ୍କ ଉପରେ ବରିଷ୍ଠ ସାମ୍ବାଦିକ ଅଶୋକ ପାଣ୍ଡେ ଏହି କେସ ରୁଜୁ କରିଛନ୍ତି । ଅଶୋକଙ୍କ ଓକିଲ ଶ୍ରୀ ନୀରଜ ଗୁପ୍ତା ଓ ନିଶା ଅରୋରୋ କହିଛନ୍ତି କି ସଲମାନଙ୍କ ବିରୋଧରେ ଆଇପିସି ଧାରା, 323, 392,426 ଏବଂ 506 ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଆସନ୍ତା ଜୁଲାଇ 12ରେ ଶୁଣାଣି କରାଯିବ । ଅଶୋକ ଅନ୍ଧେରି ମେଟ୍ରୋପଲିଟିୟନ ମାଜିଷ୍ଟ୍ରେଟ କୋର୍ଟରେ ଉପରିକ୍ତ ମାମଲା ପାଇଁ କେସ ରୁଜୁ କରିଛନ୍ତି ।

ପ୍ରକାଶ ଥାଉକି, ସଲମାନଙ୍କୁ ନିକଟରେ କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରୁ ଜାମିନ ମିଳିଥିଲା । ତାଙ୍କ ଉପରେ ଅଭିଯୋଗ ଲାଗିଥିଲା କି ସେ ଲାଇସେନ୍ସ ହଜାଇ ଦେବା କଥା କହି କୋର୍ଟରେ ଯେଉଁ ଆଫିଟେଭିଟ ପ୍ରସ୍ତୁତ କରିଥିଲେ ତାହା ଅସଲି ନଥିଲା । ଅନ୍ୟପଟେ ସେ କିଛି ଦିନ ପୂର୍ବରୁ ନିଜ ବଡିଗାର୍ଡଙ୍କୁ ମାଡପିଟ କରିବା ଖବର ମଧ୍ୟ ଜୋର ଧରିଥିଲା ।

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.