ମୁମ୍ବାଇ: ବଲିଉଡରେ ପୁଣି କାୟା ମେଲାଇବା ଆରମ୍ଭ କଲାଣି କୋରୋନା। ଗୋଟିଏ ପରେ ଗୋଟିଏ ସେଲେବ୍ରିଟି ଏବେ କରୋନା ସଂକ୍ରମିତ ହେଉଛନ୍ତି । ଶିଳ୍ପା ଶିରୋଦକର, ଅର୍ଜୁନ୍ କପୁର, କରୀନା କପୁର, ଅମୃତା ଅରୋରାଙ୍କ ପରେ ଏବେ ଅଭିନେତ୍ରୀ ନୋରା ଫତେହି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତାଙ୍କ ନିକଟ ସୂତ୍ରରୁ ସୂଚନା ମିଳିଛି। କରୋନା ପଜିଟିଭ ହେବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍ରେ ରଖିଛନ୍ତି।
- " class="align-text-top noRightClick twitterSection" data="
">
ସୂଚନାଯୋଗ୍ୟ ଯେ, କିଛି ସମୟ ପୂର୍ବରୁ ହମ୍', 'ଆଙ୍ଖେ ' ଏବଂ 'ଖୁଦା ଗୱା' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିଳ୍ପା ଶିରୋଦକର କରୋନାରେ ସଂକ୍ରମିତ ହୋଇଛନ୍ତି । ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଶିଳ୍ପା ନିଜେ ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟ ସେୟାର କରି ଶିଳ୍ପା ଶିରୋଦକର ଲେଖିଛନ୍ତି, "କୋଭିଡ୍ ପଜିଟିଭ୍ # ଦିନ 4 । ସମସ୍ତେ ନିରାପଦରେ ରୁହନ୍ତୁ, ଦୟାକରି କରୋନା ଟିକା ନିଅନ୍ତୁ ଏବଂ ସମସ୍ତ ନିୟମ ପାଳନ କରନ୍ତୁ... ଆପଣଙ୍କ ସରକାର ଜାଣନ୍ତି ଯେ ଆପଣଙ୍କ ପାଇଁ ସବୁଠୁ ଭଲ କେଉଁଟା । ସମସ୍ତଙ୍କୁ ଅଶେଷ ଅଶେଷ ଭଲପାଇବା"
ଆହୁରି ପଢନ୍ତୁ: ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା: ଅର୍ଜୁନ କପୁର ଓ ଅଂଶୁଲାଙ୍କ ସମେତ ୪ ସେଲିବ୍ରିଟି ସଂକ୍ରମିତ
ସେହିପରି ଗତକାଲି ଅର୍ଜୁନ କପୁର, ଅଂଶୁଲା କପୁର, ରିୟା କପୁର ଏବଂ କରଣ ବୁଲାନିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏମାନେ ସମସ୍ତେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।