ମୁମ୍ବାଇ: କୋରୋନା ଭାଇରସ କାରଣରୁ ବର୍ତ୍ତମାନ ବିଶ୍ବର ଅନେକ ଦେଶରେ ଲକଡାଉନ ଚାଲିଛି । ଏହି କାରଣରୁ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବା ସହିତ ପିଲାମାନଙ୍କର ଶିକ୍ଷା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି । ତଥାପି ଶିକ୍ଷକମାନେ ଅନଲାଇନ କ୍ଲାସ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ।
![covid 19: Priyanka expressed concern over children's education, distributed head phones](https://etvbharatimages.akamaized.net/etvbharat/prod-images/pc_0904newsroom_1586418617_871.jpg)
ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରିୟଙ୍କା ପିଲାମାନଙ୍କର ଶିକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ପ୍ରିୟଙ୍କା କହିଛନ୍ତି ଯେ, "ଏହି ସମୟରେ ଲୋକମାନଙ୍କ ପାଖରେ ଏକାଠି ଠିଆ ହେବା ଏବଂ ଲୋକମାନଙ୍କୁ ସାହାଯ୍ୟ କରିବା ଜରୁରୀ ଅଟେ ।
ପ୍ରିୟଙ୍କା କହିଛନ୍ତି ଯେ, "ଏହି ସମୟରେ ମୁଁ ମୋର ସାଥୀ ଜେବିଏଲଙ୍କ ସହିତ ଲସଆଞ୍ଜେଲସର ପିଲାମାନଙ୍କୁ ହେଡଫୋନ ଦେବାରେ ସାହାଯ୍ୟ କରୁଛି । ଯାହାଫଳରେ ପିଲାମାନେ ଭର୍ଚୁଆଲ ଶ୍ରେଣୀଗୃହରେ ଯୋଗ ଦେଇ ପାରିବେ ଏବଂ ତାଙ୍କର ଶିକ୍ଷା ଉପରେ କୈାଣସି ପ୍ରଭାବ ପଡିବ ନାହିଁ । ପ୍ରିୟଙ୍କାଙ୍କ ଏହି ଭିଡିଓ ଉପରେ ଲୋକମାନେ ସେମାନଙ୍କର ମତାମତ ଦେଉଛନ୍ତି । ପ୍ରିୟଙ୍କାଙ୍କର ଉଦାରତାକୁ ଦେଖି ପ୍ରଶଂସକମାନେ ବହୁତ ପ୍ରଶଂସା କରୁଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ