ମୁମ୍ବାଇ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏବେ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ସ୍ବାସ୍ଥ୍ୟରେ ପୂର୍ବ ଅପେକ୍ଷା ଅଧିକ ସୁଧାର ଆସିଛି । ଏଥିସହ ସ୍ବାସ୍ଥ୍ୟ ବିଭାଗର ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ସନ୍ନି ପ୍ରତିଦିନ ବ୍ୟାୟାମ କରୁଛନ୍ତି ଏବଂ ତାଙ୍କ ଖାଦ୍ୟର ମଧ୍ୟ ବିଶେଷ ଯତ୍ନ ନେଉଛନ୍ତି ।
ଡାକ୍ତର କହିଛନ୍ତି ଯେ, ସନ୍ନିଙ୍କୁ କୋରୋନା ନିୟମ ଅନୁଯାୟୀ ହୋମ କ୍ୟାରେଣ୍ଟାଇନରେ ରଖାଯାଇଛି । ଆଇସୋଲେସନର 15 ଦିନ ସମୟ ସରିବା ପରେ ତାଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ । ତଥାପି, ତାଙ୍କ ସ୍ବାସ୍ଥ୍ୟରେ ବହୁତ ସୁଧାର ଆସିଛି ।
ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ସନ୍ନିଙ୍କ କୋରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।