ETV Bharat / sitara

କଙ୍ଗନାଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ବିକ୍ଷୋଭ

author img

By

Published : Feb 13, 2021, 3:33 PM IST

କଙ୍ଗନାଙ୍କ ‘ଧାକଡ’ ସୁଟିଂ ବନ୍ଦ କରିବାକୁ ବିରୋଧ ପ୍ରଦର୍ଶନ କରୁଥିବା କଂଗ୍ରେସ ନେତାଙ୍କ ଉପରୁ ପାଣି ସ୍ପ୍ରେ କଲା ମଧ୍ୟପ୍ରଦେଶ ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନ ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନ ରଣାୱତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ’ର ସୁଟିଂ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କଂଗ୍ରେସ କର୍ମୀଙ୍କ ଉପରେ ପାଣି ସ୍ପ୍ରେ କରିଛି । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । ସ୍ଥାନୀୟ କଂଗ୍ରେସ ନେତା ଦୁଇ ଦିନ ପୂର୍ବେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ବିରୋଧରେ ଟ୍ବିଟ କରିଥିବାରୁ କଙ୍ଗନାଙ୍କୁ ଧମକ ଦେଇଥିଲେ ଯେ ସେ କ୍ଷମା ନମାଗିଲେ ମଧ୍ୟପ୍ରଦେଶରେ ତାଙ୍କ ଆଗାମୀ ଫିଲ୍ମ ‘ଧାକଡ’ର ସୁଟିଂ ବନ୍ଦ କରିଦେବେ ।

ସେପଟେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା କ୍ଷମା ପ୍ରାର୍ଥନା କରିନଥିଲେ କଙ୍ଗନା । କଂଗ୍ରେସ ନେତାଙ୍କ ଧମକକୁ ଆଧାର କରି ପୋଲିସ ସରଣୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଥିଲେ ।

ଶୁକ୍ରବାର ସନ୍ଧ୍ୟାରେ ଏକ ପାୱାର ଷ୍ଟେସନର କୋଇଲା ନିୟନ୍ତ୍ରଣ କାରଖାନାର ଗେଟ୍ ନମ୍ବର 2 ଏବଂ 4 ନିକଟରେ 100ରୁ ଅଧିକ ବିକ୍ଷୋଭକାରୀ ଏକତ୍ରିତ ହୋଇଥିଲେ । ଏହି ପ୍ରଦର୍ଶନ ରୋକିବା ପାଇଁ ଅଗ୍ନିଶମ ବାହିନୀ ଗାଡିରୁ ପାଣି ଜେଟ ବ୍ୟବହାର କରି ବିକ୍ଷୋଭକାରୀଙ୍କ ଉପରୁ ପାଣି ସ୍ପ୍ରେ କରାଯାଇଥିଲା ।

ଅନ୍ୟପଟେ କଙ୍ଗନା ସୁଟିଂ ପାଇଁ ସାଧାରଣତଃ ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଆସନ୍ତି । ହେଲେ ଶୁକ୍ରବାର ଦିନ ସେ ବିଳମ୍ବିତ ରାତିରେ ସୁଟିଂ କରିବାକୁ ସ୍ଥିର କରିଥିଲେ । କିନ୍ତୁ ଯେତେବେଳେ ବିକ୍ଷୋଭକାରୀ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ ସେତେବେଳେ ସେ ଉପସ୍ଥିତ ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.