ETV Bharat / sitara

ବଢିଲା କଙ୍ଗନାଙ୍କ ଅଡୁଆ, ଅଭିନେତ୍ରୀଙ୍କ ବିରୋଧରେ କୋର୍ଟରେ ମାମଲା ଦାୟର

author img

By

Published : Nov 18, 2021, 12:12 PM IST

ସ୍ବାଧୀନତା ଏବଂ ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡୁଆରେ କଙ୍ଗନା । ଅଭିନେତ୍ରୀଙ୍କ ବିରୁଦ୍ଧରେ ଦାୟର ହେଲା ଦେଶଦ୍ରୋହ ମାମଲା । ଅଧିକ ପଢନ୍ତୁ

କଙ୍ଗନାଙ୍କ ନାଁରେ ଦେଶଦ୍ରୋହ ମାମଲା
କଙ୍ଗନାଙ୍କ ନାଁରେ ଦେଶଦ୍ରୋହ ମାମଲା

ରାଞ୍ଚି: ଅଡୁଆରେ ମଣିକର୍ଣ୍ଣିକା ଅଭିନେତ୍ରୀ । କଙ୍ଗନା ରଣାୱତ(Kangana Ranaut)ଙ୍କ ବିରୁଦ୍ଧରେ ଦାୟର ହେଲା ଦେଶଦ୍ରୋହ ମାମଲା । ସ୍ବାଧୀନତା ଏବଂ ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେବା ପରେ କଙ୍ଗନାଙ୍କ ନାଁରେ ଧନବାଦ କୋର୍ଟରେ ମାମଲା ଦାୟର ହୋଇଛି । ଅଭିଯୋଗରେ କଙ୍ଗନାଙ୍କ ମନ୍ତବ୍ୟ ଦେଶଦ୍ରୋହୀ ଏବଂ ଅପମାନଜନକ ବୋଲି କୁହାଯାଇଛି ।

ସମାଜସେବୀ ଇଜହାର ଅହମ୍ମଦ ଓରଫ ବିହାରୀ ଏହି ମାମଲା କରିଛନ୍ତି । ସେ ଏହି ଅଭିନେତ୍ରୀ ବିରୁଦ୍ଧରେ ଏଫଆଇଆର ରୁଜୁ କରିବା ପାଇଁ ଆଦେଶ ଦେବାକୁ କୋର୍ଟକୁ ନିବେଦନ କରିଛନ୍ତି । ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି ହେବ ।

ଉଲ୍ଲେଖଯୋଗ୍ୟ, କଙ୍ଗନା ନିଜର ଏକ ବୟାନରେ କହିଥିଲେ, ୨୦୧୪ ପରେ ଭାରତ ସ୍ବାଧୀନ ହୋଇଛି । ଏହା ପୂର୍ବରୁ ମିଳିଥିବା ସ୍ବାଧୀନତା ଭିକ ଅଟେ । ବଲିଉଡ ଅଭିନେତ୍ରୀଙ୍କ ଏଭଳି ବୟାନ ପରେ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି । ଯାହାକୁ ନେଇ ଝାଡଖଣ୍ଡ ଧନବାଦ କୋର୍ଟରେ ମାମଲା ଦାୟର କରାଯାଇଛି ।

କହିରଖୁଛୁ କି, ସ୍ବାଧୀନତାକୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ ପରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖିଥିଲେ । କଙ୍ଗନାଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ସମ୍ମାନ ଫେରାଇ ନେବାକୁ ସେ ପତ୍ରରେ ନିବେଦନ କରିଥିଲେ । ଏହା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ମଧ୍ୟ ଉଲ୍ଲେଖ କରିଥିଲେ ଅଧ୍ୟକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.