ETV Bharat / sitara

ଗିରଫ ପରେ କୋର୍ଟରେ ହାଜର ହେଲେ ଭାରତୀ ସିଂ ଓ ସ୍ବାମୀ ହର୍ଷ - Haarsh arrested by NCB for possession of cannabis

ଡ୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଟେଲିଭିଜିନ ଦୁନିଆର ସବୁଠାରୁ ଚର୍ଚ୍ଚିତ ହାସ୍ୟ ଅଭିନେତ୍ରୀ ତଥା କମେଡି କୁଇନ ଭାରତୀ ସିଂ । ଶନିବାର ଏନସିବି ତାଙ୍କୁ ଗିରଫ କରିଥିବାବେଳେ ଆଜି ସ୍ବାମୀ ହର୍ଷକୁ ଗିରଫ କରାଯାଇଛି । ଆଜି ମେଡିକାଲ ଯାଞ୍ଚ କରାଯିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି । ଅଧିକ ପଢନ୍ତୁ...

କମେଡି କୁଇନ ଭାରତୀଙ୍କ ପରେ ଆଜି ସ୍ବାମୀ ଗିରଫ
କମେଡି କୁଇନ ଭାରତୀଙ୍କ ପରେ ଆଜି ସ୍ବାମୀ ଗିରଫ
author img

By

Published : Nov 22, 2020, 9:10 AM IST

Updated : Nov 22, 2020, 3:35 PM IST

ମୁମ୍ବାଇ: କୋର୍ଟରେ ହାଜର ହୋଇଛନ୍ତି କମେଡି କୁଇନ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ । ଡ୍ରଗ୍ସ ମାମଲାରେ ଉଭୟଙ୍କୁ ଗିରଫ କରିଛି ଏନସିବି । ମୁମ୍ବାଇ ଜିଲ୍ଲା କୋର୍ଟରେ ତାଙ୍କୁ ହାଜର କରାଯାଇଛି । ଭାରତୀ ସିଂ ଓ ହର୍ଷଙ୍କ ମେଡିକାଲ ଯାଞ୍ଚ ପରେ କୋର୍ଟରେ ହାଜର କରାଯାଇଛି । ଏନସିବିର ପଚରାଉଚରା ସମୟରେ ଡ୍ରଗ୍ସ ସେବନ ନେଇ ଉଭୟ ସ୍ବୀକାର କରିଥିଲେ ।

ଶନିବାର ଭାରତୀଙ୍କ ଘରେ ଏନସିବି ଚଢାଉ କରିଯାଇ 86.5 ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏହା ପରେ ଏନସିବି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ସମନ ପଠାଇବା ସହ କାର୍ଯ୍ୟାଳୟକୁ ଡାକି ଜେରା କରିଥିଲା । ଶନିବାର ସନ୍ଧ୍ୟାରେ ଭାରତୀଙ୍କୁ ଗିରଫ କରାଯାଇଥିଲା । ଆଉ ସକାଳେ ଆଜି ହର୍ଷ ଗରିଫ ହୋଇଛନ୍ତି । ଭାରତୀ ଓ ହର୍ଷଙ୍କ ଘରେ କାମ କରୁଥିବା ସଦସ୍ୟକୁ ମଧ୍ୟ ଏନସିବି ଜେରା କରିଥିଲା । ସେମାନେ କେଉଁଠୁ ଡ୍ରଗ୍ସ ମଗାଉଥଲେ ସେନେଇ ମଧ୍ୟ ଜଣାପଡିଛି ।

ଗିରଫ ପରେ ଭାରତୀ ସିଂଙ୍କୁ ରାତିସାରା ଏନସିବି କାର୍ଯ୍ୟାଳୟରେ ରଖାଯାଇଥିଲା । ଭାରତୀଙ୍କୁ ଭେଟିବାକୁ ତାଙ୍କ ମାଆ ବିଳମ୍ବିତ ରାତିରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା । ସେପଟେ ଆଜି ଭାରତୀ ସିଂ ଓ ସ୍ବାମୀ ହର୍ଷଙ୍କୁ କୋର୍ଟରେ ହାଜର କରାଯିବ । ବର୍ତ୍ତମାନ କୋର୍ଟ ସେମାନଙ୍କ ଉପରେ ଯାହା ନିଷ୍ପତ୍ତି ନେବେ ତାହା ଦେଖିବାକୁ ରହିଲା ।

@ANI

Last Updated : Nov 22, 2020, 3:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.