ନୂଆଦିଲ୍ଲୀ: କରୀନା କପୁରଙ୍କ ଠୁ ତାଙ୍କ ପୁଅ ତୈମୁର ସେଲିବ୍ରିଟିଙ୍କ ଗହଣରେ ବେଶ ଚର୍ଚ୍ଚିତ । କରୀନା ପ୍ରାୟତଃ ତୈମୁରର ସୁନ୍ଦର ଭିଡିଓ ଏବଂ ଫଟୋ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି । କ୍ରିସ୍ ମାସ ଅବସରରେ କରୀନା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଫଟୋରେ କରୀନା ସ୍ବାମୀ ତଥା ଅଭିନେତା ସୈଫ ଅଲି ଖାନଙ୍କ ସହ ଫଟୋ ଉଠାଉଥିବା ବେଳେ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ଏଥିସହିତ ଫଟୋରେ ତାଙ୍କ ପୁଅ ତୈମୁର ଅଲି ଖାନ ମଧ୍ୟ ନଜର ଆସିଛନ୍ତି । ଯେଉଁଥିରେ ତୈମୁର ପୁରା (ଚିକେନ୍) ଖାଇବାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି ।
କହିବାକୁ ଗଲେ, ଚଳିତ ବର୍ଷ କରୀନା ଏବଂ ସୈଫଙ୍କ ଦ୍ବାରା ଆୟୋଜିତ କ୍ରିସ୍ ମାସ ପାର୍ଟୀରୁ ଏହି ଫଟୋ କ୍ଲିକ୍ କରାଯାଇଛି । ଯେଉଁଥିରେ କରୀନା ଏବଂ ସୈଫ ଉଭୟ ବ୍ଲାକ୍ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।
ପ୍ରକାଶ ଥାଉ ଯେ, ଦ୍ବିତୀୟ ଥର ବାପା-ମା' ହେବେ କରୀନା, ସୈଫ । ଯାହାକୁ ନେଇ ଉତ୍ସାହିତ ଏହି ଯୋଡି । ନିକଟରେ ସୋସିଆଲ ମିଡିଆରେ ଗର୍ଭବତୀ ସୂଚନା ଫ୍ୟାନ୍ସଙ୍କୁ ଦେଇଥିଲେ କରୀନା ।