ETV Bharat / sitara

ଚମ୍ବଲବାସୀଙ୍କ ରୋଷ, ବିବାଦ ଘେରରେ 'ସୋନଚିଡ଼ିୟା' - trailer

ସୁଶାନ୍ତ ସିଂହ 'ସୋନଚିଡିୟା' ରିଲିଜ ପୂର୍ବରୁ ବିବାଦ ଘେରରେ। ଫିଲ୍ମର କାହାଣୀ ଚମ୍ବଲ ସହର ଉପରେ ଆଧାରିତ। ଏହାକୁ ଆଧାର କରି ଚମ୍ବଲବାସୀ ଅସନ୍ତୋଷ।

ଫଟୋ ସୌଜନ୍ୟ: ଇଣ୍ଡିଆ ଇଣ୍ଡିଆ
author img

By

Published : Feb 21, 2019, 2:13 PM IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଭୂମି ପେଡନେକରଙ୍କ ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଥିବା ଫିଲ୍ମ 'ସୋନଚିଡ଼ିୟା'କୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି। ଖବର ଅନୁଯାୟୀ ଫିଲ୍ମର ଟ୍ରେଲରରେ ଅସନ୍ତୋଷ ଚମ୍ବଲବାସୀ ଫିଲ୍ମକୁ ନେଇ ଆପତ୍ତି ଉଠାଇଛନ୍ତି।

ଫିଲ୍ମର ପ୍ରମୋଶନ ପାଇଁ ନିର୍ମାତା ନିକଟରେ କିଛି ଭିଡିଓ ରିଲିଜ କରିଥିଲେ। ଭିଡିଓକୁ ଆଧାର କରି ଚମ୍ବଲ ବାସିନ୍ଦା ରାଗିଯାଇଛନ୍ତି। ତାଙ୍କର କହିବା ଅନୁଯାୟୀ ଏହି ଫିଲ୍ମ ଜରିଆରେ ଚମ୍ବଲର ଛବିକୁ ଖରାପ କରାଯାଉଛି। ଫିଲ୍ମ 'ସୋନଚିଡ଼ିୟା'ରେ 70 ଦଶକରେ ସ୍ଥାପିତ କାହାଣୀ ଦେଖିବାକୁ ମିଳିବ । ଯେଉଁଥିରେ ଚମ୍ବଲର ଏକ ଛୋଟ ଗାଁରେ ଡକାୟତଙ୍କ ଶାସନ ଓ ପ୍ରଭୁତ୍ବ ନଜର ଆସିବ। ଖାଲି ଏତିକି ନୁହେଁ, ସେହିଠାରେ କ୍ଷମତା ହାସଲ କରିବା ପାଇଁ ଅନେକ ଡକାୟତ ପୋଲିସଙ୍କ ସହ ଲଢୁଥିବାର ଦେଖାଯିବେ।

ଫିଲ୍ମ 'ସୋନଚିଡ଼ିୟା'ରେ ଚମ୍ବଲ ସହରକୁ ଡକାୟତ ଏବଂ ବନ୍ଧୁକର ସହର ରୂପେ ଉପସ୍ଥାପନ କରାଯାଇଛି। ଏହି କଥା ଚମ୍ବଲ ବାସୀଙ୍କୁ ଆଦୌ ପସନ୍ଦ ଆସୁନାହିଁ। ତେଣୁ ସେମାନେ ଫିଲ୍ମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଫିଲ୍ମର ପ୍ରଚାରପ୍ରସାର ସ୍କ୍ରିପ୍ଟରେ ଚମ୍ବଲ ଟୁରିଜମର ଶବ୍ଦ ବ୍ୟବହାର ଡକାୟତି, ଚୋରି, ଅପହରଣ, ବନ୍ଧୁକ, ହତ୍ୟା ଆଦି ଜିନିଷକୁ ନେଇ ପ୍ରଦର୍ଶିତକରାଯାଇଛି।

ଚମ୍ବଲବାସୀ କହିଛନ୍ତି କି ଏହି ଫିଲ୍ମ ପାଇଁ ଚମ୍ବଲର ନକରାତ୍ମକ ଛବି ପ୍ରସ୍ତୁତ କରାଯାଇଛି। ଯାହା ଦ୍ବାରା ଏହି କ୍ଷେତ୍ରରେ ରହୁଥିବା ଲୋକଙ୍କୁ ଦେଶ ବାହାରେ ଏବଂ ଦେଶର ଅନ୍ୟ ରାଜ୍ୟରେ ବ୍ୟବସାୟ, ଶିକ୍ଷା, ଚାକିରି କରିବାରେ ବହୁତ ଜଟିଳ ପରିସ୍ଥିତର ସାମ୍ନା କରିବାକୁ ପଡୁଛି।

ଫିଲ୍ମ ପାଇଁ ଏଠାକାର ଲୋକଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଇଛି ଏବଂ ଚମ୍ବଲ କ୍ଷେତ୍ରର ପର୍ଯଟନକୁ ବଡ କ୍ଷତି ସହିବାକୁ ପଡୁଛି। 'ସୋନଚିରିୟା'ର ଏପରି ପ୍ରଚାରରେ ଅସନ୍ତୋଷ ଚମ୍ବଲର ସ୍ଥାନୀୟ ଲୋକେ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବାର କଥା କହିଛନ୍ତି। ଫିଲ୍ମଟି ମାର୍ଚ୍ଚା 1ରେ ରିଲିଜ ହେବ।

ଭୁବନେଶ୍ୱର:ଯାହାଙ୍କ ମୁହଁରୁ ଦମଦାର ଡାଇଲାଗ ବର୍ଷଣ ହୁଏ ସିଏ ଆଜି ହାତରେ ପ୍ଲାକାର୍ଡ ଧରି ନିଜର ଦାବି ପୂରଣ ପାଇଁ ରାଜ ରାସ୍ତାରେ।ଯାହାଙ୍କୁ ଦେଖିବାକୁ ପଇସା ଦେଇ ରାତ୍ରି ଅନିଦ୍ରା ହୋଇ ଦେଖିବାକୁ ପଡୁଥିଲା ସେମାନେ ଆଜି ସାଧାରଣ ଲୋକଙ୍କ ପରି ଲୋକଙ୍କ ଭିଡ଼ ଭିତରେ ରାଜ ରାସ୍ତାରେ ବସି ରହୁଛନ୍ତି ସରକାରଙ୍କ ନିକଟରେ ନିଜର ଦାବି ଜଣାଇବା ପାଇଁ।ସେମାନେ ଆଉ କେହି ନୁହଁନ୍ତି, ସେମାନେ ରାତି ରାତି ଅନିଦ୍ରା ହୋଇ ଆମ ମାନଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଉଥିବା ଯାତ୍ରାକଳାକାର।
   ବର୍ଷ ବର୍ଷ ଧରି ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ବିରୁଦ୍ଧରେ ପ୍ରଥମ ଥର ପାଇଁ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ରାଜ ରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ସଂଘର ସଭାପତି ତଥା ବିଖ୍ୟାତ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା।ତେଣୁ ସରକାର ଯାତ୍ରା କଳାକାରଙ୍କୁ ସରକାରୀ ମାନ୍ୟତା ପ୍ରଦାନ,ପ୍ରତେକ ଜିଲ୍ଲାରେ ସାଂସ୍କୃତିକ ମହୋତ୍ସବ ରେ ଯାତ୍ର ପରିବେଷଣ ପାଇଁ ଅନୁମତି ,କଳାକାର ଭତ୍ତା ବୃଦ୍ଧି, କଳାକାରଙ୍କୁ ବିମାଭୁକ୍ତ କରିବା,ଯାତ୍ରା ନାଟ୍ୟକାର ଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିବା,ଯାତ୍ରା ନାଟକ ଉତ୍ସଵ କରାଇ କଳାକାରଙ୍କୁ ପୁରସ୍କୃତ କରିବା ଆଦି 12 ଦଫା ଦାବି ନେଇ ଶତାଧିକ କଳାକାର ଆଜି ରାଜରାସ୍ତାକୁ ଆସିଥିବା ଦେଖିବାକୁ ମିଳିଛି।ତେବେ ସରକାର ସେମାନଙ୍କ ଦାବି ପ୍ରତି ସହୃଦୟତାର ସହ ବିଚାର କରିବାକୁ ସବୁ କଳାକାର ମାନେ ଦାବି କରିଛନ୍ତି।
Laxmikanta das
Bhubaneswar
Visual already sent by WhatsApp

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.