ETV Bharat / sitara

କୋରୋନା ଭୟ: ମାସ୍କ ପିନ୍ଧି ବୁଲିଲେ ସେଲିବ୍ରିଟି - ରଣବୀର କପୁରଙ୍କ ଭିଡିଓ ଭାଇରାଲ

ଦେଶବାସୀଙ୍କୁ ବର୍ତ୍ତମାନ ସମୟରେ କୋରୋନା ଭୟ ଘାରିଛି । ଏପଟେ କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି ରଣବୀର କପୁର ଓ ସନ୍ନି ଲିଓନି । ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ ଓ ଭିଡିଓ ।

celebrities
ଡିଜାଇନ ଫଟୋ
author img

By

Published : Feb 1, 2020, 11:09 PM IST

ମୁମ୍ବାଇ: ଚୀନରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା 259 ଛୁଇଁଲାଣି । ଏହି ଭାଇରସ ସଂକ୍ରମଣରେ ଚୀନର 11,791 ଲୋକ ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗ ତରଫରୁ କୁହାଯାଇଛି, 1,795 ରୋଗୀଙ୍କ ସ୍ଥିତି ଗମ୍ଭୀର । ଆଉ ଶୁକ୍ରବାର ରାତି ପର୍ଯ୍ୟନ୍ତ 17,988 ଲୋକ ଏହି ଭାଇରସରେ ସଂକ୍ରମିତ ହେବାର ଆଶଙ୍କା ଥିଲା ।

ଏଯାବତ କେରଳରେ ଜଣେ କୋରୋନା ଭାଇରସ ସଂକ୍ରମିତ ନେଇ ଚିହ୍ନଟ ହୋଇଥିବା ବେଳେ ଦେଶର ଅନ୍ୟ କୌଣସି ସ୍ଥାନରୁ ଏପରି ମାମଲା ସାମ୍ନାକୁ ଆସିନାହିଁ । ଏମିତି ପରିସ୍ଥିତିରେ ବଲିଉଡ କଳାକାର କୌଣସି ବିପଦ ଉଠାଇବାକୁ ଚାହୁଁନାହାଁନ୍ତି । ନିକଟରେ ଏୟାରପୋର୍ଟରେ ରଣବୀର କପୁର ଓ ସନ୍ନି ଲିଓନିଙ୍କୁ ମାସ୍କ ପିନ୍ଧିଥିବାର ଦେଖାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଜଣଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।

ସେପଟେ ସନ୍ନି ମଧ୍ୟ ମାସ୍କ ପିନ୍ଧି ଏୟାରପୋର୍ଟରୁ ସ୍ବାମୀଙ୍କ ସହ ବାହାରୁଥିବାର ଗୋଟିଏ ଭିଡିଓରେ ନଜର ଆସିଥିଲେ । ଆଉ ଫ୍ୟାନ୍ସ ଯେତେବେଳେ ସେଲ୍ଫି ନେବାକୁ କହିଥିଲେ ସେ ସଙ୍ଗେ ସଙ୍ଗେ ମାସ୍କ ପିନ୍ଧିନେଇଥିଲେ । ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.