ନୂଆଦିଲ୍ଲୀ : କିଛି ମାସରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା ଚଳାଇଛି ସିବିଆଇ । କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୁଶାନ୍ତ ମାମଲାରେ ସିବିଆଇର ତଦନ୍ତରେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି ।
ଅନିଲ ଦେଶମୁଖ କହିଛନ୍ତି ଯେ, ସୁଶାନ୍ତ ମାମଲାର ତଦନ୍ତ ସିବିଆଇ 6 ମାସରୁ ଅଧିକ ସମୟ ଧରି ଅନୁସନ୍ଧାନ କରୁଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଥିସହିତ ଅନିଲ ଖୁବ ଶୀଘ୍ର ଏହି ଘଟଣାର ଖୁଲାସା କରିବାକୁ ଅନୁସନ୍ଧାନକାରୀ ସଂସ୍ଥା (ସିବିଆଇ)କୁ ନିବେଦନ କରିଛନ୍ତି ।
ପ୍ରକାଶ ଥାଉ ଯେ, ମୁମ୍ବାଇ ପୋଲିସ ପୂର୍ବରୁ ସୁଶାନ୍ତ ମାମଲାର ତଦନ୍ତ କରୁଥିଲା । କିନ୍ତୁ ପରେ ସୁପ୍ରିମକୋର୍ଟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ