ETV Bharat / sitara

ଚାଲିଛି ସିବିଆଇ ତଦନ୍ତ; ସିଦ୍ଧାର୍ଥ ଓ ନୀରଜ ପରେ ଆଜି ପଡିପାରେ ରିୟାଙ୍କ ପାଳି

author img

By

Published : Aug 24, 2020, 8:46 AM IST

ସିବିଆଇ ହାତରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର। ଏହି ପ୍ରକ୍ରିୟା ଖୁବ୍ ଦ୍ରୁତ ଗତିରେ ଆଗାଉଥିବା ବେଳେ ନ୍ୟାୟ ଆଶାରେ ରହିଛନ୍ତି ସମସ୍ତେ। ତେବେ ସୋମବାର ସିବିଆଇ ପ୍ରଶ୍ନର ସାମ୍ନା କରିପାରନ୍ତି ଅଭିନେତ୍ରୀ ବା ସୁଶାନ୍ତଙ୍କ ତଥାକଥିତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ।

ଚାଲିଛି ସିବିଆଇ ତଦନ୍ତ; ସିଦ୍ଧାର୍ଥ ଓ ନୀରଜ ପରେ ଆଜି ଆସିପାରେ ରିୟାଙ୍କ ପାଳି

ମୁମ୍ବାଇ: ସିବିଆଇ ହାତରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଭାର। ଏହି ପ୍ରକ୍ରିୟା ଖୁବ୍ ଦ୍ରୁତ ଗତିରେ ଆଗାଉଥିବା ବେଳେ ନ୍ୟାୟ ଆଶାରେ ରହିଛନ୍ତି ସମସ୍ତେ। ତେବେ ସୋମବାର ସିବିଆଇ ପ୍ରଶ୍ନର ସାମ୍ନା କରିପାରନ୍ତି ଅଭିନେତ୍ରୀ ବା ସୁଶାନ୍ତଙ୍କ ତଥାକଥିତ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ।

ଖବର ଅନୁସାରେ, ରବିବାର ସୁଶାନ୍ତ ସିଂ ଘଟଣାରେ ତାଙ୍କର ବନ୍ଧୁ ତଥା ମୁଖ୍ୟ ସାକ୍ଷୀ ସିଦ୍ଧାର୍ଥ ପିଠାନୀ, ରୋଷେୟା ନୀରଜ ସିଂ ଓ ଦିପେଶ ସାୱାନ୍ତଙ୍କୁ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚରା କରିଥିଲା ସିବିଆଇ। ଏହା ପରେ ଅନୁସନ୍ଧାନକାରୀ ଦଳର ଅଧିକାରୀମାନେ ଏହି ସମସ୍ତଙ୍କ ସହ ବାନ୍ଦ୍ରାସ୍ଥିତ ସୁଶାନ୍ତଙ୍କ ଫ୍ଲାଟକୁ ଯାଇଥିଲେ। ଅଧିକାରୀ କହିଛନ୍ତି ଯେ ସିଦ୍ଧାର୍ଥ ପିଠାନୀ, ନୀରଜ ଏବଂ ଦୀପେଶ ଆଜି ସକାଳେ ମଧ୍ୟ ସାନ୍ତାକ୍ରୁଜର କାଲିନା ଅଞ୍ଚଳରେ ଅବସ୍ଥିତ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି।

ଜୁନ୍ 14 ରେ ଯେତେବେଳେ ସୁଶାନ୍ତ ତାଙ୍କ କୋଠରୀରେ ଫାଶୀ ଲଗାଇଥିଲେ ଏହି ସମସ୍ତ ସଦସ୍ୟ ସେ ଘରେ ଉପସ୍ଥିତ ଥିଲେ। ଏହି ତିନିଜଣଙ୍କୁ ସିବିଆଇ ଅଧିକାରୀମାନେ ପ୍ରାୟ ପାଞ୍ଚ ଘଣ୍ଟା ଧରି ପଚରାଉଚରା କରିଥିଲେ ଏବଂ ପରେ ସେମାନଙ୍କୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ବାନ୍ଦ୍ରାସ୍ଥିତ ସୁଶାନ୍ତଙ୍କ ଫ୍ଲାଟକୁ ନିଆ ଯାଇଥିଲା।

ଅଧିକାରୀ କହିଛନ୍ତି ଯେ ସିବିଆଇ ସହିତ ଫୋରେନସିକ୍ ବିଶେଷଜ୍ଞ ମଧ୍ୟ ସୁଶାନ୍ତଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସୁଶାନ୍ତଙ୍କ ଘରେ ମୁମ୍ବାଇ ପୋଲିସର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଅଧିକାରୀ କହିଛନ୍ତି ଯେ ସୁଶାନ୍ତଙ୍କ ଫ୍ଲାଟର ପ୍ରାୟ ତିନି ଘଣ୍ଟା ପରେ ସିବିଆଇ ଟିମ୍ ସିଦ୍ଧାର୍ଥ ପିଠାନି, ନୀରଜ ଏବଂ ଦୀପେଶଙ୍କ ସହ ଫେରି ଆସିଥିଲେ। ଏହା ପରେ ତିନିଜଣଙ୍କୁ ସନ୍ଧ୍ୟାରେ ପୁଣି ପଚରାଉଚରା ପାଇଁ ଡିଆରଡିଓ ଗେଷ୍ଟ ହାଉସକୁ ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.