ETV Bharat / sitara

ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା: ରିଆଙ୍କୁ 8 ଘଣ୍ଟାର ମାରାଥନ ଜେରା କଲା ସିବିଆଇ

ରିଆଙ୍କୁ ଦୀର୍ଘ 8 ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ମାରାଥନ ଜେରା କରିଥିବା ଜଣାପଡିଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ ମୁମ୍ବାଇର ସାଣ୍ଟାକ୍ରୁଜରେ ଥିବା DRDO ଗେଷ୍ଟ ହାଉସରେ ପହଞ୍ଚିଥିଲା। ଅଧିକ ପଢନ୍ତୁ...

ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା: ରିଆଙ୍କୁ 8 ଘଣ୍ଟାର ମାରାଥନ ଜେରା କଲା ସିବିଆଇ
ସୁଶାନ୍ତ ସିଂହ ଆତ୍ମହତ୍ୟା ଘଟଣା: ରିଆଙ୍କୁ 8 ଘଣ୍ଟାର ମାରାଥନ ଜେରା କଲା ସିବିଆଇ
author img

By

Published : Aug 28, 2020, 10:58 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ ମୁମ୍ବାଇର ସାଣ୍ଟାକ୍ରୁଜରେ ଥିବା DRDO ଗେଷ୍ଟ ହାଉସରେ ପହଞ୍ଚିଥିଲା। ସିବିଆଇ ଟିମ ଏଠାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି। ରିଆ ନିଜ ତାଙ୍କ ସହକର୍ମୀ ସାମୁଏଲ୍ ମିରାଣ୍ଡାଙ୍କ ସହ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ପଚରାଉଚରା ପରେ ବିଳମ୍ବିତ ରାତିରେ ସେମାନେ ଏଠାରୁ ବାହାରିଛନ୍ତି | ତେବେ ରିଆଙ୍କୁ ଦୀର୍ଘ 8 ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ମାରାଥନ ଜେରା କରିଥିବା ଜଣାପଡିଛି ।

ଅନ୍ୟପକ୍ଷେ ଏହି ମାମଲାରେ ଡ୍ରଗ୍ସ ଡିଲର ଗୌରବକୁ ପଚରାଉଚୁରା ପାଇଁ ନିଶାନିବାରଣ ସଂସ୍ଥାର ଏକ ଟିମ୍‌ ଗୋଆ ପହଞ୍ଚିଛି । ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗୌରବକୁ ନୋଟିସ ପଠାଇଛି । ଗୌରବଙ୍କୁ ଜେରା ପାଇଁ ଅଗଷ୍ଟ 31ରେ ମୁମ୍ବାଇର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ ବୋଲି ଏହି ନୋଟିସରେ ଦର୍ଶାଯାଇଛି ।

ଏହାପୂର୍ବରୁ ଗୁରୁବାର ରିଆଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ସିଦ୍ଧାର୍ଥ ପିଠାନି ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ଏଠାରେ ସେମାନଙ୍କୁ ସିବିଆଇ ପଚରାଉଚରା କରିଥିଲା। ବର୍ତ୍ତମାନ ଉଭୟ ଗେଷ୍ଟ ହାଉସରେ ଉପସ୍ଥିତ ଅଛନ୍ତି | ସୂଚନାନୁସାରେ, ଶୋଭିକ, ସିଦ୍ଧାର୍ଥ ଏବଂ ସାକ୍ଷୀଙ୍କ ସାମ୍ନାରେ ବସି ସିବିଆଇ ରିଆ ଏବଂ ସାମୁଏଲଙ୍କୁ ଜେରା କରିଛି ।

ମୁମ୍ବାଇ ପୋଲିସର ଏକ ଟିମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଆତ୍ମହତ୍ୟା ମାମଲାରେ ସାଣ୍ଟାକ୍ରୁଜ ସ୍ଥିତ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବାସଭବନରେ ପହଞ୍ଚିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ତାଙ୍କ ପିତାଙ୍କୁ ସାଙ୍ଗରେ ନେଇଥିଲେ। ଇଡିର ଅନୁରୋଧ କ୍ରମେ ପୋଲିସ ଟିମ ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଥିଲା ।

ରାଜପୁତଙ୍କ ମୃତ୍ୟୁ ମାମଲାରେ ଅର୍ଥ ହେରଫେର ନେଇ ମଧ୍ୟ ଇଡି ତଦନ୍ତ କରୁଛି ଏବଂ ଅତୀତରେ ରିଆଙ୍କୁ ଦୁଇଥର ପଚରାଉଚରା କରିଛି।

ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ରାସ୍ତା ସ୍ପଷ୍ଟ କରିଥିଲେ। ରାଜପୁତଙ୍କ ବାପା ପାଟନାରେ ଏକ ଏତଲା ଦାଏର କରିବା ପରେ ଏବେ ସୁଶାନ୍ତଙ୍କ ମହିଳା ବନ୍ଧୁ ରିଆ, ଏବଂ ଅନ୍ୟମାନେ ସିବିଆଇ ସ୍କାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.