ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ରାଜସ୍ଥାନର ଜୈସଲମେରରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ସୁଟିଂ କରୁଛନ୍ତି । ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି ।
ଏକ ରିପୋର୍ଟରୁ ଜଣାପଡିଛି ଯେ, ଫିଲ୍ମର ୟୁନିଟ୍ COVID-19 ନିୟମ ଉଲ୍ଲଂଘନ କରିଥିବାରୁ ସ୍ଥାନୀୟ ବାସିନ୍ଦା ଫିଲ୍ମର ନିର୍ମାତା ଏବଂ କଳାକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ଖବର ଅନୁଯାୟୀ, ଫିଲ୍ମର ୟୁନିଟ୍ ବିରୋଧରେ ସ୍ଥାନୀୟ ଲୋକମାନେ କୋରୋନା-19ର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ଭାସ୍କର ମୋହାଲାର ଜଣେ ନାଗରିକ ଆଦିତ୍ୟ ଶର୍ମା ଓକିଲ ରାଜ ସିଂ ରାଠୋରଙ୍କ ସହ ମିଶି କରି ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଆଦିତ୍ୟ କହିଛନ୍ତି ଯେ, ସେଟରେ କେବଳ 100 ଜଣଙ୍କୁ ଅନୁମତି ଦେଇଥିବାବେଳେ 200 ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ଆଦିତ୍ୟ ଏହା ମଧ୍ୟ ଦାବି କରିଛନ୍ତି ଯେ, ଜୈସଲମେର ଉତ୍ତରପ୍ରଦେଶର ଏକ ଜିଲ୍ଲା ଭାବେ ଦର୍ଶାଯାଇଛି, ଯେଉଁଥିପାଇଁ ଏହା ଜୈସଲମର ପର୍ଯ୍ୟଟନକୁ କ୍ଷତି ପହଞ୍ଚାଇପାରେ । ଯାହାକୁ ନେଇ ଫିଲ୍ମର ପୁରା ଷ୍ଟାରକାଷ୍ଟ ଅକ୍ଷୟ କୁମାର, କ୍ରିତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ଅର୍ଶଦ ୱାର୍ସି ଏବଂ ସାଜିଦ୍ ନାଡିଆଡୱାଲାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି ।
ନିକଟରେ, 'ବଚ୍ଚନ ପାଣ୍ଡେ'ରେ ଭିଲେନ ରୂପେ ଏଣ୍ଟ୍ରି କରିଥିଲେ ଅଭିନେତା ଅଭିମନ୍ୟୁ ସିଂ । ଯିଏ ଅକ୍ଷୟଙ୍କ ବିପରୀତ ରୋଲ ଭିଲେନରେ ନଜର ଆସିବେ ।