ହାଇଦ୍ରାବାଦ: ବଲିଉଡର କିଛି ସିତାରା ମାନଙ୍କ ପାଇଁ ଏବର୍ଷର କେନ୍ସ ଫିଲ୍ମ ଫେଷ୍ଟିଭାଲ ଅଲଗା ହେବାକୁ ଯାଉଛି । ଏ ବର୍ଷ ମଧ୍ୟ ରେଡ କାରପେଟରେ ଜଲୱା ଦେଖେଇବେ ଦୀପିକା ପାଦୁକୋନ, କଙ୍ଗନା ରଣୱତ, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ସୋନମ କପୁର ପ୍ରମୁଖ ଷ୍ଟାର । ବଲିଉଡକୁ ରିପ୍ରେଜେଣ୍ଟ କରିବେ ଏହି ବଲିଉଡ ସୁନ୍ଦରୀ ।
ଫ୍ରାନ୍ସରେ 14 ମେ ରେ 72ତମ କେନ୍ସ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି । ପୁରା 11ଦିନ ଧରି ଚାଲିବାକୁ ଥିବା ଫେଷ୍ଟିଭାଲରେ ପ୍ରାୟ ସବୁ ଦେଶର ଅଭିନେତା ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ସାମିଲ ଅଛନ୍ତି ବଲିଉଡ କଳାକାର । ଏହା ସହ ଛୋଟ ପରଦାର ଅନେକ କଳାକାର ମଧ୍ୟ ଏହି ଫେଷ୍ଟିଭାଲରେ ଯୋଗ ଦେବେ ।
ଛୋଟ ପରଦାର କମୋଲିକା ହିନା ଖାନ ଏହି ଫେଷ୍ଟିଭାଲରେ ନିଜର ସୁନ୍ଦରତାର ଯାଦୁ ଚଲେଇବେ । ତେବେ ଏଥିପାଇଁ ହିନା ବେଶ ଖୁସି ଅଛନ୍ତି ।
ନିକଟରେ ମେଟ ଗାଲାରେ ନିଜ ସୁନ୍ଦରତାକୁ ନେଇ ବେଶ ପ୍ରସଂଶା ସାଉଁଟିଥିବା ଦୀପିକା ପୁଣି କେନ୍ସ ଫେଷ୍ଟିଭାଲରେ ଯାଦୁ କରିବେ ବୋଲି ଆଶା କରାଯାଉଛି । କଙ୍ଗନା ମଧ୍ୟ ଏଥିପାଇଁ ବେଶ ପ୍ରସ୍ତୁତି କରୁଛନ୍ତି । ତେବେ ସୂଚନାମୁତାବକ, ଦୀପିକା ଓ କଙ୍ଗନା ମେ 16 କିମ୍ବା 18ରେ ଫେଷ୍ଟିଭାଲରେ ଯୋଗ ଦେଇପାରନ୍ତି ।
ତେବେ ପ୍ରଥମ ଥର ଫେଷ୍ଟିଭାଲକୁ ଯାଉଥିବା ହିନା ରେଡ କାରପେଟରେ ଚାଲିବା ସ୍ବଭାଗ୍ୟ ବୋଲି କହିଥିଲେ । ସେ ମେ 17 ରେ ଫେଷ୍ଟିଭାଲରେ ଯୋଗ ଦେଇପାରନ୍ତି । ଏହା ବ୍ୟତିତ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ସୋନମ କପୁର, ହ୍ୟୁମା କ୍ୟୁରେସି ଆଦି ଯୋଗ ଦେଇପାରନ୍ତି ।