ETV Bharat / sitara

ବେବି ଗାର୍ଲଙ୍କୁ ଜନ୍ମ ଦେଲେ ଖିଲାଡିଙ୍କ ଅଭିନେତ୍ରୀ

ବ୍ରୁନାଙ୍କ ଘରକୁ ଆସିଲେ ନୂଆ ସଦସ୍ୟ । ସୋସିଆଲ ମିଡିଆରେ ସୂଚନା ଦେଲେ ବ୍ରୁନା । ଅଗଷ୍ଟ 31ରେ ବେବି ଗାର୍ଲଙ୍କୁ ଜନ୍ମ ଦେଇଛନ୍ତି ସେ ।

author img

By

Published : Sep 2, 2019, 10:15 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବ୍ରୁନା ଅବ୍ଦୁଲ୍ଲା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ଦେଶୀ ବୟଜ’ରେ ପପୁଲାର ଗୀତ ‘ସୁବାହ ହୋନେ ନା ଦେ’ ଗୀତ ଜରିଆରେ ଦର୍ଶକଙ୍କ ମନ କିଣିଥିବା ଅଭିନେତ୍ରୀ ଏବଂ ମଡେଲ ବ୍ରୁନା ଅବ୍ଦୁଲ୍ଲା ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ଅଗଷ୍ଟ 31ରେ ମା' ସାଜିଛନ୍ତି ବ୍ରୁନା । ବେବି ଗାର୍ଲଙ୍କୁ ଜନ୍ମ ଦେଇଛନ୍ତି ସେ । ଯାହାକୁ ନେଇ ପୁରା ପରିବାରରେ ଖୁସିର ଲହରୀ ଖେଳିଯାଇଛି।

ବେବି ଗାର୍ଲର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାସହ ସେ ଝିଅର ନାମ ମଧ୍ୟ ଖୁଲାସା କରିଛନ୍ତି । ସେ ତାଙ୍କ ଝିଅ ନାଁ ଇସାବେଲ ରଖିଛନ୍ତି।ଫଟୋରେ ବ୍ରୁନାଙ୍କ କୁନି ପରୀ ନିଜ ବ୍ଲାଙ୍କେଟରେ ଶୋଇଛନ୍ତି । ଫଟୋ ସେୟାର କରି ବ୍ରୁନା ଲେଖିଛନ୍ତି, ‘ ଆମ ଫ୍ୟାମିଲିର ନୂଆ ସଦସ୍ୟ ଇଣ୍ଟ୍ରୋଡ୍ୟୁସ କରିବା ସହ ଖୁବ୍ ଏକ୍ସାଇଟମେଣ୍ଟ ଏବଂ ଗର୍ବିତ ଅନୁଭବ ହେଉଛି । ମୋ ଝିଅର ଜନ୍ମ ଅଗଷ୍ଟ 31ରେ ମୁମ୍ବାଇରେ ହୋଇଥିଲା। ଆମେ ସମସ୍ତେ ଖୁସି ଅଛୁ। ’

ପ୍ରକାଶ ଥାଉକି ବ୍ରୁନାଙ୍କ ଜନ୍ମ ବ୍ରାଜିଲର ପୋର୍ଟୋ ଏଲେଗ୍ରେରେ ହୋଇଥିଲା । ତାଙ୍କ ପିତା ଲେବନାନୀ ଓ ମା' ଇଟାଲିୟନ । ଅଭିନେତ୍ରୀ ହେବା ପୂର୍ବରୁ ବ୍ରୁନା ଜଣେ ଟୁରିଷ୍ଟ ରୂପେ ମୁମ୍ବାଇ ଆସିଥିଲେ । କିନ୍ତୁ ଏହାପରେ ସେ ମଡଲିଂରେ ସମ୍ପୃକ୍ତ ହୋଇଥିଲେ । ସେ ବଲିଉଡ ଡେବ୍ୟୁ ଅନୁଭବ ସିହ୍ନାଙ୍କ ଫିଲ୍ମ ‘କ୍ୟାସ’ ଫିଲ୍ମର ଆଇଟମ ସଙ୍ଗ ‘ରହମ କରୋ’ରୁ କରିଥିଲେ । ଏହାପରେ ସେ 2011ରେ ରିଲିଜ ହୋଇଥିବା ଫିଲ୍ମ ଦେଶୀ ବୟଜରେ ନଜର ଆସିଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.