ETV Bharat / sitara

କଙ୍ଗନାଙ୍କ ବିରୋଧରେ ମାମଲା ଲଢିବାକୁ ମୋଟା ଅଙ୍କ ଗଣିଛି ବିଏମିସି - ହାଇକୋର୍ଟ ମାମଲା ନ୍ୟୁଜ

ବି-ଟାଉନର କୁଇନ କଙ୍ଗନାଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯାହା ପାଇଁ ଭରିବାକୁ ପଡିଛି ଲକ୍ଷ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 28, 2020, 3:34 PM IST

ମୁମ୍ବାଇ: ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିଲା। ଯାହାପରେ ସେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ନିଜର ମାମଲା ଉପସ୍ଥାପନ କରିବାକୁ ବିଏମସି ଏପର୍ଯ୍ୟନ୍ତ 82 ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି। ଯାହାକୁ ନେଇ ଚର୍ଚ୍ଚା ।

ଆରଟିଆଇ କାର୍ଯ୍ୟକର୍ତ୍ତା ଶରଦ ଯାଦବ ମୁମ୍ବାଇ ବିଏମସି ଦ୍ବାରା କେଉଁ ଓକିଲ ନିଯୁକ୍ତ ହୋଇଥିଲେ ଏବଂ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ସେ ସମ୍ପର୍କରେ ସୂଚନା ମାଗିଥିଲେ। ଏହି ମାମଲାକୁ ହାଇକୋର୍ଟକୁ ନେବା ପାଇଁ ଆକାକ୍ଷା ଚିନାୟଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ନିଗମର ଆଇନ ବିଭାଗ ଅନୁଯାୟୀ ସେପ୍ଟେମ୍ବର 22ରେ ତିନିଥର ତାଙ୍କୁ 7 ଲକ୍ଷ 50 ହଜାର ଏବଂ ଅକ୍ଟୋବର 7,ରେ 7 ଲକ୍ଷ 50 ହଜାର 8 ଥର ମୋଟ ଫିସ୍ ଦିଆଯାଇଛି। ଏଯାବତ 82 ଲକ୍ଷ 50 ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ଗତ ମାସରେ କଙ୍ଗନାଙ୍କ ଅଫିସର ବେଆଇନ ନିର୍ମାଣ କାର୍ଯ୍ୟ କହି ବିଏମସି ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ସେପଟେ ଏହାର ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ କଙ୍ଗନାଙ୍କ ଓକିଲ । ହାଇକୋର୍ଟର ନିଷ୍ପତ୍ତିରେ ଭଙ୍ଗାରୁଜା ଉପରେ ରୋକ ଲଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.