ମୁମ୍ବାଇ: ବିଟାଉନର ଜୁନିୟର ବଚ୍ଚନ ଅଭିଷେକ ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ । ଯାହାପରେ ତାଙ୍କୁ ନାନବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ଏହା ବ୍ୟତୀତ ଅଭିଷେକଙ୍କ ନିକଟରେ ରିଲିଜ ହୋଇଥିବା ଡେବ୍ୟୁ ୱେବ ସିରିଜ ‘ବ୍ରେଥ: ଇନଟୁ ଦ ସ୍ୟାଡୋଜ’କୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଦର୍ଶକ ଓ କ୍ରିଟିକ୍ସଙ୍କ ମନ କିଣିବାରେ ସଫଳ ଏହି ସିରିଜ । ଏହାର ସଫଳତାକୁ ଦୃଷ୍ଟିରେ ରଖି ମେକର୍ସ ନିଷ୍ପତ୍ତି ନେଇଛନ୍ତି ଏହାର ତୃତୀୟ ସିଜନ ଆଣିବା ପାଇଁ । ଯେଉଁଥିରେ ଅଭିଷେକ ସାଇନ କରିସାରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ଫ୍ୟାନ୍ସ ମଧ୍ୟ ‘ବ୍ରେଥ 3’କୁ ନେଇ ଏକ୍ସାଇଡେଟ ।
ବୁଧବାର ଅଭିଷେକ ଏକ ଟ୍ବିଟ କରିଥିଲେ । ହେଲେ ଟ୍ବିଟକୁ ନେଇ ଫ୍ୟାନ୍ସ ଚିନ୍ତାରେ । କାରଣ ଅଭିଷେକ ଟ୍ବିଟରେ ଲେଖିଛନ୍ତି, ‘C-16 ।’ ଏହାବ୍ୟତୀତ ସେ ଆଉ କିଛି ଲେଖିନାହାଁନ୍ତି । ଏବେ ଫ୍ୟାନ୍ସ ଜାଣିବାକୁ ଚାହୁଁଛନ୍ତି C-16ର ଅର୍ଥ କଣ । ଫ୍ୟାନ୍ସଙ୍କ ଅନୁଯାୟୀ ଅଭିଷେକ ହିଣ୍ଟ ଦେଇଛନ୍ତି ଯେ ‘ବ୍ରେଥ 3’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ସେ।
-
C-16
— Abhishek Bachchan (@juniorbachchan) July 29, 2020 " class="align-text-top noRightClick twitterSection" data="
">C-16
— Abhishek Bachchan (@juniorbachchan) July 29, 2020C-16
— Abhishek Bachchan (@juniorbachchan) July 29, 2020
ପ୍ରକାଶ ଥାଉକି ‘ବ୍ରେଥ 2’ର ଶେଷ ଏପିସୋଡରେ ଅଭିଷେକ ଏହି କୋଡ ଲେଖି ସୈୟାମୀ ଖେରଙ୍କୁ ଦେଇଥିଲେ । ଯାହା ବ୍ରେଥ 3 ସହ କନେକ୍ଟ ଅଛି । ଏବେ ସିରିଜ ଆସିଲା ପରେ ହିଁ ଏହି ରହସ୍ୟ ଉପରୁ ପରଦା ଉଠିବ ।