ETV Bharat / sitara

ଜାଣନ୍ତୁ ଦୁଇ ବର୍ଷର ବ୍ରେକ କାହିଁକି ନେଇଥିଲେ ଆଦିତ୍ୟ

ଫିଲ୍ମ 'କଲଙ୍କ'ରେ ଆଦିତ୍ୟ ରାୟ କପୁରଙ୍କ ଅପୋଜିଟ୍ ସୋନାକ୍ଷୀ ସିହ୍ନା ନଜର ଆସୁଛନ୍ତି । 'କଲଙ୍କ' ଏକ ମଲ୍ଟି ଷ୍ଟାରର ଫିଲ୍ମ । ଦୀର୍ଘସମୟରୁ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକ ବୁଧବାର ଦିନ ଫିଲ୍ମ ଦେଖିବାର ମଜାଇ ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆଦିତ୍ୟ ରାୟ କପୁର
author img

By

Published : Apr 18, 2019, 9:40 PM IST

ନୂଆଦିଲ୍ଲୀ: ବୁଧବାର ରିଲିଜ ହୋଇଥିବା ମଲ୍ଲି ଷ୍ଟାରର ଫିଲ୍ମ 'କଲଙ୍କ'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରାୟ କପୁର ବର୍ତ୍ତମାନ ଆଉ ଦୁଇଟି ଫିଲ୍ମରେ କାମ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତାଙ୍କ ଅନୁଯାୟୀ କ୍ୟାରିୟରରେ ଦୁଇ ବର୍ଷର ବ୍ରେକ ନେବା ତାଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି । ଏହି ସମୟରେ ତାଙ୍କୁ ନିଜ ଅଭିନୟକୁ ଶାନଦାର କରିବାକୁ ସମୟ ମିଳିପାରିଛି ।

'କଲଙ୍କ'ରେ ନିଜ ଭୂମିକାରେ ସେ କହିଛନ୍ତି କି 'କଲଙ୍କ'ରେ ସେ ଜଣେ ଏମିତି ବ୍ୟକ୍ତିର ଭୂମିକାରେ ଅଭିନୟ କରିଛନ୍ତି, ଯିଏ ସବଳ, ଶାନ୍ତ ଏବଂ ଟିକେ ଭିନ୍ନ ପ୍ରକାରର ବ୍ୟକ୍ତି କିନ୍ତୁ ଏହାସହ ସେ ଶାନଦାର ମଣିଷ ରୂପେ ମଧ୍ୟ ନଜର ଆସିଛନ୍ତି । ନିର୍ଦ୍ଦେଶକ ଅଭିଷେକ ବର୍ମନଙ୍କ ଠାରୁ ଏହି ରୋଲ ବିଷୟରେ ଶୁଣି ସେ ପ୍ରଭାବିତ ହୋଇଥିଲେ ।

ଆଦିତ୍ୟ ଏକ ସାକ୍ଷାତକାରରେ କହିଥିଲେ କି ଦୁଇ ବର୍ଷ ପରେ କାମ ଆରମ୍ଭ କରିବାକୁ ନେଇ ସେ ଖୁବ୍ ଉତ୍ସାହିତ ଥିଲେ । ତେଣୁ ସେ ସବୁ କିଛି ଶାନଦାର କରିବାକୁ ଚାହୁଁଥିଲେ । ଯେତେବେଳେ ସେ ଫିଲ୍ମ ସୁଟିଂ ସେଟରେ ରହୁଛନ୍ତି ତାଙ୍କୁ ବହୁତ ଖୁସି ମିଳୁଛି । ସେ ଯେଉଁ ଦୁଇ ବର୍ଷର ବ୍ରେକ ନେଇଥିଲେ ତାହା ତାଙ୍କ ପାଇଁ ଭଲ ହୋଇଥିଲା। କାରଣ ଏହି ସମୟରେ ସେ ନିଜର ପ୍ରଦର୍ଶନକୁ ଆହୁରି ଭଲ କରିବା ପାଇଁ ନୂଆ ଉପାୟ ଆପଣାଇଥିଲେ ।

କଳାକାର ରୂପେ ଆମେ ଯେବେ ସବୁବେଳେ କାମ କରୁଛି, ତେବେ ଏମିତି ଏକ ସମୟ ଆସିଥାଏ। ଯେତେବେଳେ ନିଜର ସବୁ ଭାବନାତ୍ମକକୁ ଜାଣି ପାରିଥାଉ । ଏହାସହ ସେହି ସବୁ ଜିନିଷକୁ କେଉଁଠାରେ ପ୍ରଯୋଗ କରିବା କଥା ତାହା ମଧ୍ୟ ବୁଝା ପଡିଯାଇଥାଏ । ଏହାଦ୍ବାରା ଅଭିନୟ ଟିକେ ଦେଖାଣିଆ ହୋଇଯାଇଥାଏ । କାରଣ କିଛି ନୂଆ କରିବା ପାଇଁ ଆମ ପାଖରେ କିଛି ନଥାଏ ବୋଲି କହିଥିଲେ ଆଦିତ୍ୟ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.