ETV Bharat / sitara

ଟ୍ବିଟରରେ ଟ୍ରେଣ୍ଡ କରୁଛି #BoycottKareenaKhan, ଜାଣନ୍ତୁ କାହିଁକି

ସାମାଜିକ ଗଣମାଧ୍ୟମ ଟ୍ବିଟରରେ #BoycottKareenaKhan ଟ୍ରେଣ୍ଡ କରିବାରେ ଲାଗିଛି । ଜାଣନ୍ତୁ କ'ଣ ରହିଛି ଏହାର କାରଣ....

ଟ୍ବିଟର ଟ୍ରେଣ୍ଡ କରୁଛି #BoycottKareenaKhan, ଜାଣନ୍ତୁ କାହିଁକି

author img

By

Published : Jun 12, 2021, 6:55 PM IST

ହାଇଦ୍ରାବାଦ: ଆଗକୁ ଆସୁଥିବା ପୌରାଣିକ ଚଳଚ୍ଚିତ୍ର 'ସୀତା'ରେ ବଲିଉଡ ଡିଭା କରୀନା କପୁର ଖାନ ସୀତା ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଟ୍ବିଟର ଟ୍ରେଣ୍ଡ କରିବାରେ ଲାଗିଛି ବଏକଟ କରୀନା ଖାନ । ଦର୍ଶକ ସୀତା ଚରିତ୍ରରେ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନା ରଣାୱତ ଦେଖିବାକୁ ଚାହୁଁଥିବା ସ୍ପଷ୍ଟ କରିଛନ୍ତି ।

ରାମାୟଣ ଚଳଚ୍ଚିତ୍ରରେ ମାତା ସୀତାଙ୍କ ଚରିତ୍ରରେ କରୀନା 12 କୋଟି ଟଙ୍କା ପାରିଶ୍ରମିକ ମାଗିଛନ୍ତି । ସୀତା ଚରିତ୍ରରେ କରୀନାଙ୍କ ଅଭିନୟ ଓ ତାଙ୍କ ପାରିଶ୍ରମିକ ସମ୍ପର୍କରେ ଜାଣିବା ପରେ ହ୍ୟାସଟାଗ ବଏକଟ କରୀନା ଖାନ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ସେପଟେ ଅନ୍ୟ କିଛି ଫ୍ୟାନ୍ସ କଣ୍ଟ୍ରୋଭର୍ସିରେ ସବୁବେଳେ ଆଗୁଆ ଥିବା ଅଭିନେତ୍ରୀ କଙ୍ଗନାଙ୍କୁ ଦେଖିବାକୁ ଚାହୁଁଥିବା କହିଛନ୍ତି । ଏହି ପୌରାଣିକ ଚଳଚ୍ଚିତ୍ରରେ କରୀନା ଶ୍ରୁପଣେଖା ଚରିତ୍ର ପାଇଁ ଯୋଗ୍ୟ ବୋଲି ମଧ୍ୟ ତାଙ୍କୁ ଟ୍ରୋଲ କରି କହିଛନ୍ତି ।

ସୋସିଆଲ ମିଡିଆ ବ୍ୟବହାରକାରୀ ଅତୀତରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ କରୀନାଙ୍କୁ ନିନ୍ଦା କରିଛନ୍ତି । ସେମାନେ ତାଣ୍ଡବ ବିବାଦକୁ ପୁଣି ଉଠାଇବା ସହିତ ବେବୋଙ୍କ ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । କରୀନା ନିଜର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ 6ରୁ 8 କୋଟି ପାରିଶ୍ରମିକ ନେଉଥିବା ବେଳେ ମାତା ସୀତାଙ୍କ ଭଳି ଏକ ପବିତ୍ର ଚରିତ୍ର ପାଇ ଦ୍ବିଗୁଣ ପାରିଶ୍ରମିକ ମାଗିବାରୁ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

ତେବେ ସୂଚନା ଥାଉ କି ଏହି ଫିଲ୍ମକୁ ବହୁ ଚର୍ଚ୍ଚିତ ବାହୁବଳୀର ଲେଖକ କେଭି ବିଜୟେନ୍ଦ୍ର ପ୍ରସାଦ ଲେଖିଥିବା ବେଳେ ଲିରିସିଷ୍ଟ ଓ ଡାଇଲଗ ରାଇଟର ଅଛନ୍ତି ମନୋଜ ମୁନ୍ତାସିର । ଏହି ଚଳଚ୍ଚିତ୍ରରେ ସୀତାଙ୍କ ପଏଣ୍ଟ ଅଫ ଭ୍ୟୁରୁ ରାମାୟଣର କାହାଣୀ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.