ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ବୋନି କପୁର ତାମିଲର ଲୋକପ୍ରିୟ ଅଭିନେତା ଅଜିତ କୁମାରଙ୍କୁ ବଲିଉଡରେ କାମ କରିବାକୁ ନିମନ୍ତ୍ରଣ କରିଛନ୍ତି । ଫିଲ୍ମ 'ପିଙ୍କ'ର ତାମିଲ ରିମେକ 'ନରକୋଡା ପାରୱାଇ' ସୁଟିଂ ସମୟରେ ଅଜିତଙ୍କ ଅଭିନୟରେ ପ୍ରଭାବିତ ହୋଇ ବୋନି ତାଙ୍କୁ ବଲିଉଡ ପ୍ରସ୍ତାବ ଦେଇଛନ୍ତି ।
ଆସିବାକୁ ଥିବା ଫିଲ୍ମ 'ନରକୋଡା ପାରୱାଇ' ଜରିଆରେ ବୋନି ସାଉଥ ସିନେମା ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାତା ରୂପେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅଜିତ ଜଣେ ଓକିଲ ଭୂମିକାରେ ନଜର ଆସିବେ ।
ବୁଧବାର ଟ୍ବିଟର ଜରିଆରେ ବୋନି କହିଛନ୍ତି, "ନରକୋଡା ପରୱାଇର ଅସମ୍ପାଦିତ ପ୍ରିଣ୍ଟ ଦେଖି ଖୁସି ଅଛି । ଅଜିତଙ୍କ ଅଭିନୟ ଖୁବ ଶାନଦାର ହୋଇଛି । ଆଶା କରୁଛି ସେ ଖୁବ୍ ଶୀଘ୍ର ହିନ୍ଦୀ ଫିଲ୍ମରେ କାମ କରିବାକୁ ରାଜି ହେବେ । ମୋ ପାଖରେ ତିନୋଟି ଆକ୍ସନ ସ୍କ୍ରିପ୍ଟ ଅଛି, ଆଶା କରୁଛି ଏହା ଭିତରୁ ଗୋଟିଏ ଫିଲ୍ମ ପାଇଁ ନିହାତି ଅଜିତ ରାଜି ହେବେ ।"
ପ୍ରକାଶ ଥାଉକି ଅଜିତ, ଶାହରୁଖ ଖାନଙ୍କ ସହ ଫିଲ୍ମ 'ଅଶୋକା'ରେ କାମ କରିସାରିଛନ୍ତି । ପୂର୍ବରୁ ଶୁଣିବାକୁ ମିଳିଆସୁଛି ଯେ ବୋନି, ଅଜିତଙ୍କ ସହ ହିନ୍ଦୀ ଫିଲ୍ମ କରିବା ପାଇଁ କଥାବାର୍ତ୍ତା ଚଳାଇଛନ୍ତି । ଏହାର ଅଧିକାରିକ ଘୋଷଣାର ଏଯାବତ ହୋଇନାହିଁ । ଫିଲ୍ମର ଟାଇଟଲ ମଧ୍ୟ ସ୍ଥିର କରାଯାଇନାହିଁ ।
ଏଚ. ବିନୋଥ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟା ବଲନ, ମହତ ରାଘବେନ୍ଦ୍ର, ଶ୍ରଦ୍ଧା ଶ୍ରୀନାଥ, ଏଣ୍ଡ୍ରିଆ ତାରିୟଙ୍ଗ, ଅଭିରାମୀ ଭେଙ୍କଟଚସମ ନଜର ଆସିବେ । ବୋନି ପୂର୍ବରୁ କହିଥିଲେ କି ଫିଲ୍ମ 'ଇଂଗଲିଶ-ଭିଂଗଲିଶ' ସୁଟିଂ ସମୟରେ ତାଙ୍କ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ ଶ୍ରୀଦେବୀ ଇଚ୍ଛା ପ୍ରକାଶ କରିଥିଲେ କି ଅଜିତଙ୍କ ସହ ବଲିଉଡରେ କାମ କରିବାକୁ ।