ETV Bharat / sitara

ରିଆଙ୍କ ଏଫଆଇଆରରେ ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

author img

By

Published : Jan 8, 2021, 12:09 PM IST

ଏନସିବି ଦ୍ବାରା ଗିରଫ ହୋଇଥିବା ରିଆଙ୍କୁ ନେଇ ନୂଆ ଚର୍ଚ୍ଚା । ତାଙ୍କ ଦ୍ବାରା ସୁଶାନ୍ତଙ୍କ ଭଉଣୀ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ଉପରେ ରାୟ ସଂରକ୍ଷିତ ରଖିଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗୁରୁବାର ବମ୍ବେ ହାଇକୋର୍ଟରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ହୋଇଥିଲା। ଅଭିନେତାଙ୍କ ମୃତ୍ୟୁରେ ସୁଶାନ୍ତଙ୍କ ଭଉଣୀମାନେ ମଧ୍ୟ ସମ୍ପୃକ୍ତ ଥିବା ଦର୍ଶାଇ ବମ୍ବେ ହାଇକୋର୍ଟ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଦାଖଲ କରିଥିବା ଏଫଆଇଆରରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଏକ ସପ୍ତାହ ମଧ୍ୟରେ ସମସ୍ତ ପକ୍ଷ ସେମାନଙ୍କର ଲିଖିତ ଆବେଦନ କରିବାକୁ କୋର୍ଟ କହିଛନ୍ତି।

ସେପଟେ ଅଭିନେତା ଭଉଣୀଙ୍କ ଦ୍ବାରା ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ମୁମ୍ବାଇରେ ପହଞ୍ଚିଥିଲେ। ସେ ଏହାର ସୂଚନା ଦେଇ ଟ୍ବିଟରେ ଲେଖିଛନ୍ତି, ‘ଏସଆରଏସ ଭଉଣୀମାନଙ୍କ ଦ୍ବାରା ଦାଖଲ ହୋଇଥିବା ରିଆଙ୍କ ଏଫଆଇଆର ମାମଲାରେ ମୁଁ ପ୍ରଥମ ଥର ପାଇଁ ମୁମ୍ବାଇରେ ପହଞ୍ଚିଥିଲି।’

ପ୍ରକାଶ ଥାଉକି ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଏଯାବତ ତାଙ୍କ ମାମଲାର ଯାଞ୍ଚ କରୁଛି ଦେଶର ତିନୋଟି ବଡ ଏଜେନ୍ସି । ବର୍ତ୍ତମାନ ତାଙ୍କ ମାମଲା ବଲିଉଡ ଡ୍ରଗ୍ସ କେସରେ ସମ୍ପୃକ୍ତ ହୋଇଛି । ଆଉ ସେଲିବ୍ରିଟିଙ୍କୁ ଜେରା କରିସାରିଲାଣି ଏନସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.