ETV Bharat / sitara

ରିଲିଜ ହେଲା ‘ମୁମ୍ବାଇ ସାଗା’ ଫିଲ୍ମ

author img

By

Published : Mar 19, 2021, 9:18 AM IST

ବମ୍ବେ ହାଇକୋର୍ଟ ଜନ ଅବ୍ରାହମଙ୍କ ଫିଲ୍ମ ‘ମୁମ୍ବାଇ ସାଗା’ ରିଲିଜକୁ ଦେଇଥିଲେ ଅନୁମତି । ଶୁକ୍ରବାର ରିଲିଜ ହୋଇଛି ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: ମଲ୍ଟି ଷ୍ଟାରର ଆକ୍ସନ ଫିଲ୍ମ ‘ମୁମ୍ବାଇ ସାଗା’ ମେକର୍ସଙ୍କୁ ମିଳିଲା ଆଶ୍ବସ୍ତି । ବମ୍ବେ ହାଇକୋର୍ଟ ଗୁରୁବାର ଦିନ ‘ମୁମ୍ବାଇ ସାଗା’ ରିଲିଜକୁ ଅନୁମୋଦନ ଦେଇଥିଲେ। ଏହାର କାର୍ଯ୍ୟଦକ୍ଷତା ଉପରେ ସ୍ଥଗିତ ରଖିବାକୁ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ ଫିଲ୍ମକୁ ରିଲିଜ କରିଛନ୍ତି ମେକର୍ସ।

ଜଷ୍ଟିସ ଅମଜାଦ ସୟଦ ଏବଂ ଜଷ୍ଟିସ ନିତିନ ଜାମଦାରଙ୍କ ଏକ ବେଞ୍ଚ ରବି ମଲେଶ ବୋହରା ଏବଂ ଦିବଙ୍ଗତ ଗ୍ୟାଙ୍ଗଷ୍ଟର ଅମର ନାଇକଙ୍କ ପରିବାରର ଆବେଦନକୁ ଖାରଜ କରିଥିଲେ। ଏହା ଆବେଦନକାରୀଙ୍କୁ ରିହାତି ଦେଇପାରିବ ନାହିଁ ବୋଲି ବେଞ୍ଚ କହିଥିଲେ। ମୁମ୍ବାଇର ଅଣ୍ଡରୱାର୍ଲ୍ଡରେ ବୋହରାକୁ ଗ୍ୟାଙ୍ଗଷ୍ଟର ଡି.କେ ରାଓ ଭାବରେ ଜଣାଯାଏ ।

ଆବେଦନକାରୀ ଦାବି କରିଥିଲେ ଯେ ଖବରକାଗଜ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ପ୍ରକୃତ ଘଟଣା ଏବଂ ବୋହରା, ନାଇକ ଏବଂ ତାଙ୍କ ଭାଇ ଅଶ୍ବିନ ନାଇକଙ୍କ ଜୀବନ ଉପରେ ଆଧାରିତ। ଆବେଦନକାରୀ ଯୁକ୍ତି ବାଢିଛନ୍ତି ଯେ ଏହି ଫିଲ୍ମରେ ସେମାନଙ୍କର ଗୋପନୀୟତା ଏବଂ ନ୍ୟାୟପୂର୍ଣ୍ଣ ବିଚାରର ଅଧିକାରକୁ ଉଲ୍ଲଙ୍ଘନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.