ETV Bharat / sitara

ସୋନୁ ସୁଦଙ୍କୁ BMC ନୋଟିସ ମାମଲା: ଜାନୁଆରୀ 13 ଯାଏଁ ଶୁଣାଣି ସ୍ଥଗିତ

author img

By

Published : Jan 11, 2021, 4:44 PM IST

ଅଭିନେତା ସୋନୁ ସୁଦଙ୍କୁ ବିଏମସି ଦେଇଥିବା ବିଜ୍ଞପ୍ତି ମାମଲାରେ ବମ୍ବେ ହାଇକୋର୍ଟ ଜାନୁଆରୀ 13 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଅଧିକ ପଢନ୍ତୁ...

ସୋନୁ ସୁଦଙ୍କୁ BMC ନୋଟିସ ମାମଲା
ସୋନୁ ସୁଦଙ୍କୁ BMC ନୋଟିସ ମାମଲା

ମୁମ୍ବାଇ: ଅଭିନେତା ସୋନୁ ସୁଦଙ୍କୁ ବିଏମସି ଦେଇଥିବା ବିଜ୍ଞପ୍ତି ମାମଲାରେ ବମ୍ବେ ହାଇକୋର୍ଟ ଜାନୁଆରୀ 13 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହାସହ ଜାନୁଆରୀ 13 ପର୍ଯ୍ୟନ୍ତ ଅଭିନେତାଙ୍କୁ ସୁରକ୍ଷା ଦିଆଯାଇଛି । ବମ୍ବେରେ ଅଭିନେତା ସୋନୁ ସୁଦଙ୍କ ଜୁହୁ ସ୍ଥିତ ଘରେ ବେଆଇନ ଭାବେ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରିଥିବା ବିଏମସି ।

ଉକ୍ତ ମାମଲାରେ କୋର୍ଟ ଜାନୁଆରୀ 13 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଗତ ସପ୍ତାହରେ କୋର୍ଟରେ ଦାଖଲ ହୋଇଥିବା ଆବେଦନପତ୍ରରେ ଆଇନଜୀବୀ ଡି.ପି ସିଂଙ୍କ ମାଧ୍ୟମରେ ସୋନୁ ସୁଦ କହିଛନ୍ତି ଯେ ସେ କୌଣସି ବେଆଇନ ଭାବେ ଛଅ ମହଲା ଶକ୍ତିସାଗର ବିଲ୍ଡିଂ କରି ନାହାଁନ୍ତି କିମ୍ବା ଅନାଧିକୃତ ନିର୍ମାଣ କାର୍ଯ୍ୟ ହୋଇନାହିଁ । ଗତ ବର୍ଷ ଅକ୍ଟୋବରରେ ବିଏମସି ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିକୁ ବାତିଲ କରିବା ସହ ଏହି ମାମଲାରେ ସୋନୁ ସୁଦଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କାର୍ଯ୍ୟରୁ ମଧ୍ୟବର୍ତ୍ତୀକାଳୀନ ରିଲିଫ୍ ଦେବା ପାଇଁ ଆବେଦନ କରାଯାଇଥିଲା।

ବିଏମସି ଏହି ଘଟଣାରେ ଜାନୁଆରୀ 4 ରେ ଜୁହୁ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହି ଅଭିଯୋଗରେ କୁହାଯାଇଛି ଯେ ଅଭିନେତା ସୋନୁ ସୁଦ ଶକ୍ତିସାଗର ବିଲ୍ଡିଂକୁ ବିନା ଅନୁମତିରେ ଏକ ଆବାସିକ କୋଠାରେ ପରିଣତ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.