ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଓ ରିତେଶ ଦେଶମୁଖ ଷ୍ଟାରର କମେଡି ଫିଲ୍ମ ‘ହାଉସଫୁଲ’ ବଲିଉଡର ସବୁଠାରୁ ବଡ ଫ୍ରାଞ୍ଚାଇଜ । ଏହି ଫ୍ରାଞ୍ଚାଇଜର ଏଯାବତ ତିନୋଟି ଫିଲ୍ମ ରିଲିଜ ହୋଇସାରିଲାଣି । ଆଉ ଏବର୍ଷ ଦୀପାବଳି ଅବସରରେ ଏହାର ଚତୁର୍ଥ ଫିଲ୍ମ ‘ହାଉସଫୁଲ 4’ ରିଲିଜ ହେବ । ଲୋକପ୍ରିୟ ଅଭିନେତା ବୋମନ ଇରାନୀ ଏହି ଫ୍ରାଞ୍ଚାଇଜର ତିନୋଟି ଫିଲ୍ମରେ ନଜର ଆସିସାରିଛନ୍ତି । କିନ୍ତୁ ଏଥର ସେ ରାଜକୁମାର ରାଓ ଓ ମୌନୀ ରାୟଙ୍କ ଅଭିନୀତ ଫିଲ୍ମ ‘ମେଡ ଇନ ଚାଇନା’ରେ ନଜର ଆସିବେ ।
ମୁଖ୍ୟ କଥା ହେଲା କି ଏହି ଫିଲ୍ମ ‘ହାଉସଫୁଲ 4’ ସହ ରିଲିଜ ହେବାକୁ ଯାଉଛି । ଏମିତିରେ ବୋମନଙ୍କ ପାଇଁ ଭିନ୍ନ ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଏକ ସାକ୍ଷାତକାରରେ ବୋମନ ଦୁଇଟି ଫିଲ୍ମ ରିଲିଜକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆଉ କହିଥିଲେ କି ଏହା ଭଲ କଥା । ‘ହାଉସଫୁଲ’ ଷ୍ଟାରକାଷ୍ଟ ତାଙ୍କର ଭଲ ବନ୍ଧୁ । ସେ ଚାହୁଛନ୍ତି ସମସ୍ତଙ୍କ ଫିଲ୍ମ ବକ୍ସଅଫିସରେ ଭଲ ପ୍ରଦର୍ଶନ କରୁ । ଏହା କୌଣସି ପ୍ରତିଯୋଗିତା ନୁହେଁ । ସମସ୍ତଙ୍କୁ ପରସ୍ପରର କାମକୁ ସମ୍ମାନ ଦେବା କଥା ଏବଂ ସପୋର୍ଟ ମଧ୍ୟ କରିବା କଥା ।
‘ହାଉସଫୁଲ’ର ନିର୍ଦ୍ଦେଶକ, ରାଇଟର୍ସ, ଆକ୍ଟର୍ସ ଏବଂ ପ୍ରଯୋଜକ ସାଜିଦଙ୍କ ସହ ତାଙ୍କର ଶାନଦାର ଯାତ୍ରା ରହିଥିଲା । ତାଙ୍କ ସହ ଅନେକ ସ୍ମୃତି ମଧ୍ୟ ଅଛି । କିନ୍ତୁ ବାସ୍ତବ କଥା ହେଲା କି ଦୁର୍ଭାଗ୍ୟ ଏକାଠି ଆମ ଫିଲ୍ମ ରିଲିଜ ହେଉଛି ଆଉ ‘ହାଉସଫୁଲ 4’ର ଅଂଶ ଏଥର ସେ ହୋଇପାରି ନାହାଁନ୍ତି । ସେ ଆଶା କରୁଛନ୍ତି ଯେ ‘ହାଉସଫୁଲ 4’ ଭଲ ପ୍ରଦର୍ଶନ କିରବା ସହ ତାଙ୍କ ‘ମେଡ ଇନ ଚାଇନା’ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ ବୋମନ ।