ମୁମ୍ବାଇ: ସୋମବାର କଳା ଜଗତରୁ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ଭେଟେରାନ ଲେଖକ, ନିର୍ଦ୍ଦେଶକ ସାଗର ସରହାଦି ଦେହାନ୍ତକୁ ନେଇ ସବୁ ମହଲରେ ଶୋକର ଛାୟା । ସୋମବାର ସାଗର ସରହାଦିଙ୍କ 87 ବର୍ଷରେ ଦେହାନ୍ତ ହୋଇଛି । ସେପଟେ ତାଙ୍କ ମୃତ୍ୟୁ ସୂଚନା ସୋସିଆଲ ମିଡିଆରେ ଦେବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅଭିନେତା ଜ୍ୟାକି ଶ୍ରଫ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ସାଗରଙ୍କ ଏକ ବ୍ଲାକ ଆଣ୍ଡ ହ୍ହାଇଟ୍ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ତୁମକୁ ମିସ୍ କରିବି । ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’ ଜ୍ୟାକିଙ୍କ ବ୍ୟତୀତ ନିର୍ଦ୍ଦେଶକ ହଂସଲ ମେହତା ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପ୍ରକାଶ ଥାଉକି ସାଗର ଜଣେ ସ୍କ୍ରିନରାଇଟର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରୂପେ ବଲିଉଡରେ ଅନେକ ଫିଲ୍ମରେ କାମ କରିଥିଲେ । ‘ନୂରି’, ‘ବାଜାର’, ‘କଭି କଭି’, ‘ସିଲସିଲା’, ‘ଚାନ୍ଦନୀ’, ‘ଦିୱନା’ ଏବଂ ‘କହୋ ନା ପ୍ୟାର ହେ’ ଭଳି ଫିଲ୍ମରେ ସେ ଶାନଦାର କାମ କରି ଲୋକପ୍ରିୟ ହୋଇଥିଲା ।