ମୁମ୍ବାଇ: ହିନ୍ଦୀ ସିନେମାରେ 50 ବର୍ଷ ପୂରଣ କରିସାରିଥିବା ବିଗ ବି ଅମିତାଭ ବଚ୍ଚନ ପ୍ରାୟତଃ ଫ୍ୟାନ୍ସଙ୍କ ସହ ନିଜର ପୁରୁଣା ସ୍ମୃତି ସେୟାର କରନ୍ତି । ସୋସିଆଲ ମିଡିଆରେ ତାଙ୍କ ବୟସର କୌଣସି ବି କଳାକାର ଏତେ ଆକ୍ଟିଭ ରୁହନ୍ତି ଯେମିତି ସେ ରହନ୍ତି । ଆଉ ନିଜର ଟିକିନିକି ଜିନିଷ ସମସ୍ତଙ୍କ ସହିତ ସେୟାର କରିବାକୁ ଭଲ ପାଆନ୍ତି। ଇତିମଧ୍ୟରେ ତାଙ୍କ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚା । ନିକଟରେ ସେ 1977ରେ ରିଲିଜ ହୋଇଥିବା ଫିଲ୍ମ ‘ଖୁନ ପସୀନା’ ସୁଟିଂ ସମୟର ଏକ ଫଟୋ ପୋଷ୍ଟ କରିଥିଲେ । ଏହାସହ ସେ ଏକ ରୋମାଞ୍ଚକ କାହାଣୀ ମଧ୍ୟ ଶୁଣାଇଥିଲେ ।
ଭାଇରାଲ ହେଉଥିବା ଫଟୋରେ ଅମିତାଭ ଏକ ଜ୍ୟାକେଟ ଧରି ଠିଆ ହୋଇଥିବାର ଦେଖାଯାଉଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଥିଲେ, ‘ଯେବେ କଷ୍ଟ୍ୟୁମ ଡିପାର୍ଟମେଣ୍ଟ ଫିଲ୍ମ ଖୁନ ପସୀନା ପାଇଁ ମତେ ଏହି ଜ୍ୟାକେଟ ଦେଇଥିଲା । ସେତେବେଳେ ଜଣାନଥିଲା ଯେ ମୁଁ ଏକ ପ୍ରକୃତ ବାଘ ସହ ଲଢିବି । ଆପଣ ଭାବି ପାରିବେ ନାହିଁ ଯେ ବାଘ କେତେ ବିପଦପୂର୍ଣ୍ଣ ଓ ଶକ୍ତିଶାଳୀ । ଏହା ମୋ ଜୀବନର ଏମିତି ଏକ ସମୟ ଯାହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ରାକେଶ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅମିତାଭଙ୍କ ସହ ବିନୋଦ ଖନ୍ନା, ରେଖା, ନିରୁପା ରାୟ, ଅରୁଣା ଇରାନୀ ଓ କାଦର ଖାନଙ୍କ ଭଳି କଳାକାର ଅଭିନୟ କରିଥିଲେ । ଆଉ ଫିଲ୍ମଟି ବ୍ଲକବଷ୍ଟର ସାଜିଥିଲା ।