ଗୌହାଟି : ବଲିଓଡ ସେଲିବ୍ରେଟି କରଣ ଜୋହର, ବରୁଣ ଧଓ୍ବନ୍, ଆୟୁଷ୍ମାନ ଖୁରାନା ଏବଂ ତାହିରା କଶ୍ୟପ ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ପହଞ୍ଚିଚି ଦେବୀଙ୍କ ଆଶିର୍ବାଦ ନେଇଥିଲେ ।
ସୂଚନାମୁତାବକ, ଶନିବାର ସନ୍ଧ୍ୟରେ ମାଧୁରୀ ଦୀକ୍ଷିତ ମଧ୍ୟ କାମାକ୍ଷା ଦେବୀଙ୍କ ଦର୍ଶନ କରି ଆଶିର୍ବାଦ ନେବା ପାଇଁ ପହଞ୍ଚିଥିଲେ । ଏହି ବର୍ଷ ସିତାରାମାନେ ହେବାକୁ ଯାଉଥିବା ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ ପାଇଁ ଆାସାମର ରାଜଧାନୀରେ ପହଞ୍ଚିିଥିଲେ ।
ଫିଲ୍ମ ଫେୟାର 2020ର ଆୟୋଜନ ପାଇଁ 2ଦିନରୁ ବଲିଓଡ ସେଲିବ୍ରେଟି ଗୋହାଟିରେ ପହଞ୍ଚିିଥିଲେ । ସୁପରଷ୍ଟାର ହ୍ରିତିକ ରୋସନ୍, ଅକ୍ଷୟ କୁମାର, ରଣବୀର ସିଂ, କାର୍ତ୍ତୀକ ଆର୍ୟନ୍, ମାଧୁରୀ ଦୀକ୍ଷିତ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଗୋବିନ୍ଦା ସମେତ ବହୁ ସେଲିବ୍ରେଟି ପୂର୍ବରୁ ହିଁ ସେଠାରେ ମହଜୁତ ଥିଲେ ।
ଏଠାରେ ସୂଚନାଯୋଗ୍ୟ, ଏବର୍ଷ ଭିକି କୈାଶଲ ଏବଂ କରଣ ଜୋହର ଆୱାର୍ଡ ସମାରୋହ ହୋଷ୍ଟ କରିବେ ।