ETV Bharat / sitara

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା, ନ୍ୟାୟ ଦାବିରେ ବଲିଉଡ ଷ୍ଟାର୍ସ - 26 ବର୍ଷିୟ ଜଣେ ପଶୁ ଡାକ୍ତରାଣୀଙ୍କ ହତ୍ୟା ମାମଲା

ହାଇଦ୍ରାବାଦ ଗଣଦୁଷ୍କର୍ମକୁ ନେଇ ତାତିଲେ ବଲିଉଡ ଷ୍ଟାର୍ସ । ଟ୍ବିଟ କରି ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି।

stars express anger
ଡିଜାଇନ ଫଟୋ
author img

By

Published : Nov 30, 2019, 4:37 PM IST

ମୁମ୍ବାଇ: ଗତ ଗୁରୁବାର ହାଇଦ୍ରାବାଦରେ ଜଣେ ଯୁବ ପଶୁ ଡାକ୍ତରାଣୀଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ କେବଳ ଜନସାଧାରଣ ନୁହେଁ ବଲିଉଡ ଷ୍ଟାର୍ସ ମଧ୍ୟ କ୍ରୋଧରେ ଆସିଯାଇଛନ୍ତି। ଖିଲାଡୀ ଅକ୍ଷୟ କୁମାର ଅଭିନେତ୍ରୀ ଶବାନା ଆଜମୀ, ରକୁଲ ପ୍ରୀତ ସିଂ ଓ ଅନୁପ ସୋନୀ ଟ୍ବିଟରରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଟ୍ବିଟ କରି ଏହି ଷ୍ଟାର୍ସ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରିବା ସହ ସମାଜରେ କଡା ଆଇନର ଆବଶ୍ୟକ ଅଛି ବୋଲି କହିଛନ୍ତି।

ଅକ୍ଷୟ ଟ୍ବିଟ କରି ଲେଖିଛନ୍ତି, ‘ତେବେ ସେ ହାଇଦ୍ରାବାଦର ଝିଅ ହୁଅନ୍ତୁ କିମ୍ବା ତାମିଲନାଡୁର ଝିଅ ନହେଲେ ରାଞ୍ଚି ଗଣଦୁଷ୍କର୍ମ ଘଟଣା ହେଉ। ଏହା ଆମ ସମାଜ ପାଇଁ ଅପମାନ । ଲୋମହର୍ଷଣକାରୀ ନିର୍ଭୟା କେସକୁ 7 ବର୍ଷ ପୂରଣ ହୋଇସାରିଲାଣି । କିନ୍ତୁ ଆମ ନୈତିକତା ଖଣ୍ଡ ଖଣ୍ଡ ହେବାରେ ଲାଗିଛି । ଆମକୁ କଡା ଆଇନର ଆବଶ୍ୟକତା ରହିଛି। ଏଭଳି ଘଟଣା ବନ୍ଦ ହେବା ଦରକାର।’

tweet-3
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ଅନ୍ୟପଟେ ଶବାନା ଲେଖିଛନ୍ତି, ‘ଭୟ, କ୍ରୁରତା, ଅପରାଧୀ ଉପରେ କଡା କାର୍ଯ୍ୟନୁଷ୍ଠାନ ହେବା ଦରକାର । ପୀଡିତାଙ୍କ ପରିବାର ଏବଂ ସମାଜରେ ଘଟୁଥିବା ଏପରି ଅଘଟଣକୁ ନେଇ ମୁଁ ବହୁତ ଦୁଃଖି ।’

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ଶବାନା ଆଜମୀ

କ୍ରାଇମ ପେଟ୍ରୋଲର ହୋଷ୍ଟ ଅନୁପ ମଧ୍ୟ ଟ୍ବିଟରେ ଲେଖିଛନ୍ତି, ‘ଆମ ପୁଣିଥରେ ଝିଅ, ଭଉଣୀ ଏବଂ ବନ୍ଧୁକୁ ହରାଇଛୁ। ମୁଁ ଜାଣିଛି ଏହା ପାଇଁ ମତେ ଅନେକ ଜ୍ଞାନ ମିଳିବ। ହେଲେ ଏଭଳି ଘୃଣ୍ୟ ଅପରାଧ ପାଇଁ କେବଳ ମୃତ୍ୟୁ ଦଣ୍ଡ ହେବା ଦରକାର। ଯେପର୍ଯ୍ୟନ୍ତ ଦଣ୍ଡାବିଧାନ କଡା ନହେଉଛି, ଆମେ କେବେ ସୁଧୁରିବୁନି । ଆମ ସମାଜ ଏତେ ଖରାପ ହୋଇସାରିଲାଣି। ’

tweet-4
ଫଟୋ ସୌଜନ୍ୟ: ଟ୍ବିଟର@ଅନୁପ ସୋନି

ସେହିପରି ରକୁଲ ପ୍ରୀତ ଲେଖିଛନ୍ତି, ‘ମୁଁ ବୁଝିପାରୁନାହିଁ ଏହି ଦୁଷ୍କର୍ମ ଘଟଣାରେ କି ପ୍ରତିକ୍ରିୟା ଦେବି । ଏହା ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି କରିବାର ଭଳି ସମୟ । କାରଣ ସେ ଏଭଳି ଭୟାବହ ଅପରାଧ କରିବାକୁ ସ୍ବପ୍ନରେ ମଧ୍ୟ ଭାବିବେ ନାହିଁ ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ରକୁଲ ପ୍ରୀତ ସିଂ

‘ଏବେ ମୁଁ ଗଣଦୁଷ୍କର୍ମର ଏହି ମାମଲା ଶୁଣି ଆଶ୍ଚର୍ଯ୍ୟ। ଏକ ସମାଜ ରୂପେ ଆମକୁ ଏଯାବତ ନିର୍ଦ୍ଦୟତା କେବଳ ଦେଖିବାକୁ ମିଳୁଛି । ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ।’ ଏହା ମୋ ପାଇଁ ଲଜ୍ୟଜନକ ବୋଲି ଲେଖିଛନ୍ତି ବି-ଟାଉନର କଣ୍ଟ୍ରୋଭର୍ସି ଅଭିନେତ୍ରୀ ସ୍ବରା ଭାସ୍କର ।

tweet-5
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ଅନ୍ୟପଟେ ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଲେଖିଛନ୍ତି, ‘ସେହି ଝିଅର କେବଳ ଏତି ଭୁଲ ଥିଲା ଯେ ସେ ସେହି ପୁଅଙ୍କ ଉପରେ ଭରସା କରିଥିଲା । ଯିଏ ତାଙ୍କ ସ୍କୁଟି ଠିକ କରିବାର କଥା ଦେଇଥିଲେ। ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର। ଏମାନେ ସମାଜରେ ରହିବା ଯୋଗ୍ୟ ନୁହେଁ। ପ୍ରଥମ ଝିଅର ବିଶ୍ବାସ ଜିତି ପରେ ତା ସହ ଏପରି କାମ କଲେ। ତାଙ୍କୁ ଗୋଟିଏ ଜିନିଷ ପରି ଦେଖିଲେ, ମଣିଷ ପରି ନୁହେଁ। ପୀଡିତାଙ୍କ ପରିବାର ସହ ମୋର ସମବେଦନା ରହିଛି।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.