ମୁମ୍ବାଇ: ନିକଟରେ ବଲିଉଡରେ 51 ବର୍ଷ ପୂରଣ କରିଥିବା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଫ୍ୟାନ୍ ତରଫରୁ ଅଭିନବ ଭେଟି । ଭାରତୀୟ ସିନେମାରେ ‘ଡନ୍’ ତାରକାଙ୍କୁ ଜଣେ ପ୍ରଶଂସକ ଏକ ଅଭିନବ କଳାକୃତି ଉପହାର ଦେଇଛନ୍ତି । କୁଇଜ୍ ସୋ' ‘କନ୍ ବନେଗା କରୋଡପତି-12’ର ସେଟରୁ ଏକ ସୁନ୍ଦର ଚିତ୍ର ସେୟାର କରିଛନ୍ତି ବିଗ୍ ବଚ୍ଚନ ।
ମେଗାଷ୍ଟାରଙ୍କ ପ୍ରଶଂସକ ତାଙ୍କୁ ଏକ ରଙ୍ଗୀନ ରଙ୍ଗୋଲି ଉପହାର ଦେଇଥିଲେ । ଅମିତାଭଙ୍କ ପ୍ରଥମ ଚଳଚ୍ଚିତ୍ର ‘ସାତ୍ ହିନ୍ଦୁସ୍ତାନୀ’ର ନାମ ଏବଂ ଚଳଚ୍ଚିତ୍ର ରିଲିଜ ହେବାର ତାରିଖ ଏହି ରଙ୍ଗୋଲିରେ ଦେଖିବାକୁ ମିଳିଛି। 1969 ମସିହାରେ ନଭେମ୍ବର 7 ରେ ବଚ୍ଚନଙ୍କ ପ୍ରଥମ ଚଳଚ୍ଚିତ୍ର ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ ହୋଇଥିଲା । ଏହି ସ୍ମୃତିକୁ ସ୍ମରଣ କରିବା ପାଇଁ ପ୍ରଶଂସକ ତାଙ୍କୁ ସୁନ୍ଦର ରଙ୍ଗୋଲି ବନେଇଥିଲେ ।
ଏହାକୁ ସେୟାର କରି ବିଗ୍ ବି କହିଛନ୍ତି, ‘... ନା .... ଏହା ଏକ ପେଣ୍ଟିଂ ନୁହେଁ .. ଇଣ୍ଡଷ୍ଟ୍ରିରେ ମୋର 51 ବର୍ଷକୁ ସ୍ମରଣ କରିବା ପାଇଁ ଜଣେ ଭଦ୍ରଲୋକଙ୍କ ଦ୍ବାରା ପ୍ରସ୍ତୁତ ‘ରଙ୍ଗୋଲି’.. ଦୟାକରି ‘ରଙ୍ଗୋଲି’ର ତଳେ ଥିବା ତାରିଖ ପଢନ୍ତୁ । ଏହା 7 ନଭେମ୍ବର 1969 ଏବଂ ସାତ୍ ହିନ୍ଦୁସ୍ତାନୀର ନାମ । ମୋର ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ତାରିଖ !! 7 ନଭେମ୍ବର 2020 ରେ ମତେ ଭେଟି ଦିଆଯାଇଛି ’ ।
ବଚ୍ଚନଙ୍କ ଶେଷଥର ପାଇଁ ଅନସ୍କ୍ରିନ ଫିଲ୍ମ ଗୁଲାବୋ ସିତାବୋରେ ନଜର ଆସିଥିଲେ । ଆଗାମୀ ଦିନରେ ସେ ଆୟନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’, ‘ଚେହେର୍’, ‘ଝୁଣ୍ଡ’ ଭଳି ସିନେମାରେ ଅଭିନୟ କରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ