ETV Bharat / sitara

ଦୀପିକାଙ୍କ ମହଙ୍ଗା ମାସ୍କ, ଦାମ ଜାଣିଲେ ଉଡିଯିବ ହୋସ୍

author img

By

Published : Feb 13, 2021, 10:47 AM IST

ଭାଇରାଲ ହେଲା ଦୀପିକାଙ୍କ ନୂଆ ଫଟୋ । ବ୍ଲାକ ଆଉଟ୍‌ରେ ଦେଖିବାକୁ ମିଳିଲା ଦୀପିକାଙ୍କ ଭିନ୍ନ ଅନ୍ଦାଜ । ମାସ୍କକୁ ନେଇ ଆଶ୍ଚର୍ଯ୍ୟ ସମସ୍ତେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ସେଲିବ୍ରିଟିଙ୍କ ଲାଇଫ୍ ଷ୍ଟାଇଲ ବିଷୟରେ ଜାଣିବାକୁ ସବୁବେଳେ ବ୍ୟାକୁଳ ଫ୍ୟାନ୍ସ । କେତେବେଳେ କେଉଁ ସେଲିବ୍ରିଟି କଣ ଖାଆନ୍ତି, ପିନ୍ଧନ୍ତି କେଉଁ ଗାଡି ଚଲାଆନ୍ତି ସବୁ ଚର୍ଚ୍ଚାର ବିଷୟ ପାଲଟେ । ଇତିମଧ୍ୟରେ ବି-ଟାଉନର ଦୀପିକା ପାଦୁକୋନଙ୍କୁ ନେଇ ନୂଆ ଚର୍ଚ୍ଚା । ବର୍ତ୍ତମାନ ଚର୍ଚ୍ଚାରେ ତାଙ୍କ ମାସ୍କ । ନିକଟରେ ତାଙ୍କ ନୂଆ ଲୁକ ଦେଖିବାକୁ ମିଳିଥିଲା । ଡ୍ରେସଠୁ ଅଧିକ ସମସ୍ତଙ୍କ ମନ ତାଙ୍କ ମାସ୍କ କଣିଛି । କାରଣ ମହଙ୍ଗା ମାସ୍କ ପିନ୍ଧି ଲାଇମଲାଇଟ୍‌ରେ ଦୀପିକା ।

ତେବେ କଥାଟି ହେଲା ଯେ ବ୍ଲାକ ଆଉଟଫିଟ୍‌ ସହ 25 ହଜାର ଟଙ୍କାର ମାସ୍କ କ୍ୟାରି କରିଥିଲେ ସେ। ଯାହାକୁ ନେଇ ଚର୍ଚ୍ଚା । ସାଧାରଣ ଦେଖାଯାଉଥିବା ଏହି ମାସ୍କ ମୂଲ୍ୟ ଜାଣି ସମସ୍ତେ ବର୍ତ୍ତମାନ ଆଶ୍ଚର୍ଯ୍ୟ । ଆପଣ ବି ଦେଖନ୍ତୁ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ଯଦି ଦୀପିକାଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ସେ । ଯାହାର ସୁଟିଂ ବର୍ତ୍ତମାନ ଚାଲିଛି । ଫିଲ୍ମରେ ତାଙ୍କ ସହ ନଜର ଆସିବେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ । ସେହିପରି ରଣବୀର ସିଂଙ୍କ ଅପକମିଂ ଫିଲ୍ମ ‘83’ରେ ମଧ୍ୟ ଅଭିନୟ କରୁଥିବାର ଦେଖାଯିବେ ଦୀପିକା । କବୀର ଖାନଙ୍କ ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ 1983ରେ ଭାରତୀୟ କିକ୍ରେଟ ଟିମ୍ ଜିତିଥିବା ପ୍ରଥମ ବିଶ୍ବକପ୍‌ର କାହାଣୀକୁ ନେଇ ଆଧାରିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.