ETV Bharat / sitara

23 ବର୍ଷରେ ‘ଦିଲ୍ ତୋ ପାଗଲ ହେ’, ଅନୁଭୂତି ସେୟାର କଲେ ମାଧୁରୀ

author img

By

Published : Oct 31, 2020, 7:15 PM IST

ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦିଲ୍ ତୋ ପାଗଲ ହେ’କୁ ପୂରିଲା 23 ବର୍ଷ । ଖୁସି ଜଣାଇଲେ ମାଧୁରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ରୋମାନ୍ସ କିଙ୍ଗ ଶାହରୁଖ ଖାନ, ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଓ କରିସ୍ମା କପୁରଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦିଲ୍ ତୋ ପାଗଲ ହେ’ ଅନେକ ଦର୍ଶକଙ୍କୁ ପାଗଳ କରିଥିଲା । ଏହି ଫିଲ୍ମରେ ଶାହରୁଖ ଓ ମାଧୁରୀଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ଏହାର ଦମଦାର କାହାଣୀ ଫିଲ୍ମକୁ ଦେଇଥିଲା ଅନେକ ପୁରସ୍କାର । ଆଜି ଫିଲ୍ମ ରିଲିଜକୁ 23 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଫିଲ୍ମକୁ ନେଇ ନିଜ ମନ କଥା ଫ୍ୟାନ୍ସଙ୍କ ସହ ସେୟାର ମାଧୁରୀ।

ଶନିବାର ସେ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଦିଲ୍ ତୋ ପାଗଲ ହେ ସବୁବେଳେ ମୋ ହୃଦୟରେ ରହିଆସୁଛି। ଫିଲ୍ମରେ ମୋ ଭୂମିକା ମୋ ଡାନ୍ସ ପାଇଁ ଥିବା ପ୍ୟାସନକୁ ଦର୍ଶକଙ୍କୁ ଦେଖାଇବାରେ ସଫଳ ହୋଇଥିଲା । ମୋର ମନେ ଅଛି ଫିଲ୍ମର ସବୁ ସୁଟିଂ ସମୟରେ ୟଶ ସାର ଟିକିନିକି କରି ଆମକୁ ବୁଝାଉଥିଲେ । ଯାହା ଆମ ପାଇଁ ଶାନଦାର ଅନୁଭୂତି ପରି ଥିଲା ତାଙ୍କ ସହ କାମ କରିବା । ଅକ୍ଷୟ କୁମାର ସବୁବେଳେ ମନେ ରହିବେ । 23 ବର୍ଷରେ ଦିଲ୍ ତୋ ପାଗଲ ହେ ।’

ପ୍ରକାଶ ଥାଉକି ୟଶରାଜ ଫିଲ୍ମସରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ ମଧ୍ୟ ଅଭିନୟ କରିଥିଲେ । ସେହିପରି ଫିଲ୍ମର ସବୁ ଗୀତ ସୁପରଡୁପର ହିଟ୍ ମଧ୍ୟ ହୋଇଥିଲା । 1997 ଅକ୍ଟୋବର 31ରେ ରିଲିଜ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.